www.samajalive.in
Sunday, December 7, 2025
26.1 C
Bhubaneswar

ନିଖୋଜ ନାବାଳିକା ବିଶାଖାପାଟଣାରୁ ଉଦ୍ଧାର

ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଦମାଦୁଆ ଗ୍ରାମର ଜଣେ ନାବାଳିକା ନିଖୋଜ ନେଇ ନାବାଳିକାର ମାଆ ଥାନାରେ ଅଭିଯୋଗ କରିଥିଲେ ।ତାଙ୍କ ଅଭିଯୋଗ ପରେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ନିଜ କର୍ମଚାରୀଙ୍କୁ ପଠାଇ ବହୁ ସ୍ଥାନରେ ଖୋଜାଖୋଜି କରିବା ପରେ ବିଶେଷ ସୂତ୍ରରୁ ଖବର ପାଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ନାବାଳିବାକୁ ଉଦ୍ଧାର କରିଛନ୍ତି । ସୂଚନା ଯୋଗ୍ୟ ଅଡବା ଥାନା ଦମାଦୁଆ ଗ୍ରାମର ନାବାଳିକା ଅପହରଣ ନେଇ ପ୍ରଥମେ ବାପା ଗତ ମେ’ ୬ ତାରିଖରେ ଅଭିଯୋଗ କରିଥିଲେ। ଏହାପରେ ଅଡବା ପୁଲିସ ତନାଘନା କରି ନାବାଳିକାକୁ ଉଦ୍ଧାର କରିବା ସହ ଯୁବକକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଘଟଣାର କିଛି ଦିନ ଯାଇନି ପୁଣି ନାବାଳିକା ନିଖୋଜ ନେଇ ମାଆ ମେ’ ୧୮ତାରିଖରେ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।  ଝିଅର ସନ୍ଧାନ ମିଳିବା ବିଳମ୍ବ ହେବାରୁ ମୋହନା ଆଦିବାସୀ ସୁରକ୍ଷା ମଞ୍ଚର ସହଯୋଗରେ ମୋହନା ବିଜୁ କଲ୍ୟାଣ ମଣ୍ଡପ ଠାରେ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ନିକଟରେ ଅଭିଯୋଗ କରିବାର କିଛି ଦିନ ପରେ ନାବାଳିକାକୁ ପୁଲିସ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଉଦ୍ଧାର କରିଛି।ତା’ର ଡାକ୍ତରୀ ମାଇନା କରାଯିବା ପରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟଳୟକୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପାତ୍ର କହିଛନ୍ତି। ନାବାଳିକାକୁ ଉଦ୍ଧାର କରିବା ପାଇଁ ଅଡବା ଥାନା ଏସଆଇ ଜୟକୃଷ୍ଣ ପାଣିଗ୍ରାହୀ, ଏସଆଇ, ଭାଗ୍ୟଲତା ଦାଶ, ଚାଇଲ୍ଡ ଲାଇନର କର୍ମଚାରୀ ଅନିତା ନାୟକ, ନାବାଳିକାର ବାପା ଆନ୍ଧ୍ରପ୍ରଦେଶ ଯାଇଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories