www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରଶାସନ ଶୁଣିଲାନି, ନିଜ ରାସ୍ତା ନିଜେ ତିଆରି କଲେ ପେରୁଆମାଲ ଗ୍ରାମବାସୀ

ମୁରିବାହାଲ: ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଅଧୀନସ୍ଥ ପେରୁଆମାଲ ଗାଁକୁ କୌଣସି ରାସ୍ତା ନଥିବା ବେଳେ ଗ୍ରାମବାସୀ ନିଜେ ରାସ୍ତା ତିଆରି କରିଛନ୍ତି। ଏହି ଗାଁଟି ଜଙ୍ଗଲ ମଧ୍ୟରେ ଥିବା ବେଳେ ଏହା ୧୯୮୧ ମସିହାରୁ ବସବାସ କରିଆସୁଥିବା ବେଳେ ଏହି ଗ୍ରାମରେ ସରକାରଙ୍କ ତରଫରୁ ୨୦୦୮ ମସିହାରେ ଜଙ୍ଗଲ ଜମି ପଟା ପ୍ରଦାନ କରାଯାଇଛି। ୨୦୦୬ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ପୂର୍ବତନ ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା। ବର୍ତମାନ ସେହି ସ୍କୁଲ ବନ୍ଦ ଥିବା ବେଳେ ଏହି ଗାଁରେ ସରକାରଙ୍କ ତର‘ରୁ ତିନୋଟି ନଳକୂପ ଥିବା ଓ ସରାକାରଙ୍କ ତରଫରୁ ଲୋକ ସେବା ପାଣ୍ଠିରୁ ୨ ଗୋଟି ସୋଲାର ଲାଇଟ ଦିଆଯାଇଛି। ଆଉ ଅନ୍ୟ କିଛି ଅନୁଦାନ ସରକାରଙ୍କ ତରଫରୁ ମିଲି ନ ଥିବା ବେଳେ ବିଦ୍ୟୁତ କରଣ କରାଯାଇଥିଲେ ମଧ୍ୟ କାର୍ଯ୍ୟ କରୁ ନ ଥିବା ଗ୍ରାମବାସୀଙ୍କ ପକ୍ଷରୁ ଏକ ଅଭିଯୋଗ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ନ ଥିବା ପରିତାପର ବିଷୟ। ସରକାର ସବୁ ଗାଁଙ୍କୁ ପ୍ରଧାନମନ୍ତ୍ରୀ ରାସ୍ତା ତିଆରି କରୁଥିବା ବେଳେ ପଞ୍ଚାୟତ ସମିତି ଓ ଗ୍ରାମ ପଂଚାୟତ ତର‘ରୁ ଏମଜିଏନଆରଇଜିଏସ କାର୍ଯ୍ୟରେ ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଦୀର୍ଘ ୪୦ ବର୍ଷ ହେବ ଏହି ଗାଁରେ ୨୫ ଗୋଟିରୁ ଉର୍ଦ୍ଧ ପରିବାର ବସତି ସ୍ଥାପନ ହୋଇଥିବା ସତ୍ୱେ ଆଜି ପର୍ଯ୍ୟନ୍ତ ସେହି ଗାଁକୁ ରାସ୍ତାଟିଏ ମଧ୍ୟ ନଥିବା ପରିତାପର ବିଷୟ। ତେବେ ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତି ବିଶେଷ ନିର୍ବାଚନ ସମୟରେ ପ୍ରତିଶୃତି ଦେଇ ଚାଲିଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପରିତାପର ବିଷୟ ଯେ ଏହି ଗ୍ରାମ ତଥା ରାସ୍ତା ପ୍ରତି କାହାର ନଜର ନପଡିବା ବୃଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଉଛି। ଏଣୁ ସରକାରଙ୍କୁ ରାସ୍ତା ତିଆରି କରିବା ପାଇଁ ବାରମ୍ବାର ଆପତି ଏବଂ ଅଭିଯୋଗ କରାଯାଉଥିଲେ ମଧ୍ୟ ଏହା ଉପରେ ଦୃଷ୍ଟି ଦିଆ ନଯିବାରୁ ଶେଷରେ ଗ୍ରାମବାସୀ ନିଜ ରାସ୍ତା ତିଆରି ପାଇଁ ଗାଁର କେଶବ ଧରୁଆ, ବିଷମ ଧରୁଆ, ଲାଏଚନ ଧରୁଆ, କୁଶ ଧରୁଆ, ନିଲମ ଧରୁଆ, କୁମର ଧରୁଆ, ହାରାବତୀ ଧରୁଆ, ସଙ୍ଗୀତା ଧରୁଆ, ସୁମିତ୍ରା ଧରୁଆ, ଲକ୍ଷ୍ମୀ ଧରୁଆ, ସମ୍ବାରୀ ଧରୁଆ, ତଥା ଗ୍ରାମର ସ୍ୱୟଂସହାୟକ ଗୋଷ୍ଠୀ ମହିଳାମାନେ ଅଣ୍ଟା ଭିଡିଥିବା ବେଳେ ଏନେଇ ସ୍ଥାନୀୟ ସରପଞ୍ଚ ଗୋପିନାଥ ପାଣିଗ୍ରହୀଙ୍କୁ ପଚାରିବାରୁ ଏମଜିଏନଆରଇଜିଏସ କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିବା ପ୍ରକାଶ କରିଥିଲେ। ଏହିପରି କାର୍ଯ୍ୟକୁ ଅଞ୍ଚଳବାସୀ ଭୁରିଭୁରି ପ୍ରଶଂସା କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories