www.samajalive.in
Sunday, December 7, 2025
16.1 C
Bhubaneswar

ପୌର ଷ୍ଟଲ ବିତରଣରେ କେଳେଙ୍କାରୀ, ଷ୍ଟଲ ବିକି ମାଲାମାଲ ଲିଜଧାରୀ !

ଟିଟିଲାଗଡ଼ : ଟିଟିଲାଗଡ ସହରରେ ପ୍ରକୃତ ଦୋକାନୀ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି। କିଏ ଦଶନ୍ଧି ଦଶନ୍ଧି ଧରି ଗଛ ତଳ କୁଡ଼ିଆରେ ବ୍ୟବସାୟ କରୁଛି, ଶିକ୍ଷିତ ଯୁବକ ଠେଲା ଧରି ବୁଲୁଛନ୍ତି। ହେଲେ ପୌର ପରିଷଦ ପକ୍ଷରୁ ନିର୍ମିତ ଷ୍ଟଲ ସେମାନଙ୍କୁ ମିଳିପାରୁନି। ୨୦୦୨ରୁ ବିଭିନ୍ନ ସମୟରେ ପୌର ପରିଷଦ ପକ୍ଷରୁ ୨୬୧ଟି ଷ୍ଟଲ ନିର୍ମାଣ ସହ ଆବଣ୍ଟନ ହୋଇଛି। ହେଲେ ଷ୍ଟଲ ମାଲିକଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ନିଜେ ଦୋକାନ କରି ନଥିବା ଅଭିଯୋଗ ହୋଇଛି। ପୌର ପରିଷଦ ଦୋକାନର ଆକାରକୁ ଦେଖି ବର୍ଗଫୁଟକୁ ମାତ୍ର ୪ରୁ ୫ ଟଙ୍କା ମଧ୍ୟରେ ଭଡା ଅସୁଲ କରୁଥିବା ବେଳେ ତାହାର ଚାରିରୁ ପାଞ୍ଚ ଗୁଣ ଷ୍ଟଲ ଲିଜଧାରୀ ଭଡା ଅସୁଲ କରୁଛନ୍ତି। ଏପରିକି ଅନେକ ଷ୍ଟଲ ଲିଜଧାରୀ ବେଆଇନ ଭାବରେ ତାଙ୍କ ନାମରେ ଆବଣ୍ଟନ ହୋଇଥିବା ପୌର ଷ୍ଟଲକୁ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି। ଏପରିକି ଜଣେ ଆଉ ଜଣକୁ ଏଭଳି ଷ୍ଟଲ ତିନି ଚାରି ଦଫାରେ ବିକ୍ରୟ ହୋଇଯାଇଥିବା ଆଲୋନଚା ହୋଇଛି। ବେଆଇନ ଭାବରେ କୌଣସି କାଗଜପତ୍ର ନ ହୋଇ ବିକ୍ରୟ ହେଉଥିବା ଷ୍ଟଲ ଏପରିକି ୧୦ରୁ ୨୨ ଲକ୍ଷ ଟଙ୍କାରେ ମଧ୍ୟ ବିକ୍ରୀ ହୋଇଥିବା ଜଣାଯାଇଛି।

ପୌର ଷ୍ଟଲର ଭଡା ଦର ପୌର ପରିଷଦ ଚାରିରୁ ପାଞ୍ଚ ଗୁଣା ବୃଦ୍ଧି କରିଛି। ୧୯୯୭ରୁ ଏକ ଛୋଟିଆ ଷ୍ଟଲ ନେଇ ଚପଲ ଦୋକାନ କରିଥିବା ପୁର୍ଣ୍ଣଚନ୍ଦ୍ର ସାହୁ ପ୍ରଥମେ ମାସିକ ୪୫୦ ଟଙ୍କା ପୌର ପରିଷଦକୁ ଭଡା ଦେଉଥିଲେ। ପରେ ୫୨୦ ଟଙ୍କାକୁ ବୃଦ୍ଧି ହେଲା। ଏବେ ମାସିକ ୨୨୫୦ ଟଙ୍କା ଭଡା ଦେବାକୁ ପୌର ପରିଷଦର ନୋଟିସ ଆସିଥିବା କହିଛନ୍ତି। ଅନ୍ୟ ଜଣେ ଦୋକାନୀ ନିଜ ନାମ ଗୋପନ ରଖିବା ପାଇଁ କହି ଲିଜଧାରୀଙ୍କ ଠାରୁ ପୌର ଷ୍ଟଲ ଭଡାରେ ଆଣି ମାସିକ ୩୫୦୦ ଟଙ୍କା ଭଡା ଦେଉଥିବା କହିଛନ୍ତି। ଏବେ ପୌର ପରିଷଦ ଭଡା ୫୨୦ ଟଙ୍କାରୁ ୨୨୫୦ କଲା ସେଥିରେ ଆମର ଲାଭ ହେବ କି କ୍ଷତି ଜାଣି ହେଉନାହିଁ ବୋଲି କହିଥିଲେ। ଏଥିରୁ ସ୍ପଷ୍ଟ ଯେ ଷ୍ଟଲ କିଛି ପତିଆରା ଥିବା ଲୋକ ପୌର ପରିଷଦରୁ କଳବଳ କରି ହାତେଇ ଭଡାରେ ଦେଇ ବର୍ଷ ବର୍ଷ ଧରି ଢେର ମୁନାଫା ପାଇ ଚାଲିଛନ୍ତି। ଏନେଇ ଜଣେ ଦୋକାନ କରି ନଥିବା ଷ୍ଟଲ ଲିଜଧାରୀଙ୍କୁ ପଚାରିବାରୁ କଣ ମାହାଳିଆ ଷ୍ଟଲ ମିଳିଥିଲା କି, କେତେ ଖର୍ଚ୍ଚ ହୋଇଛି ତାହା କୋଉଠୁ ଭରଣା କରିବୁ ବୋଲି କହିଛନ୍ତି। ପ୍ରକୃତ ଦୋକାନୀଙ୍କ ବଦଳରେ ପୌର ଷ୍ଟଲ ଥିଲା ବାଲାଙ୍କୁ ଆବଣ୍ଟନ ହୋଇଛି।

- Advertisement -

ଉପଜିଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ପୌର ଷ୍ଟଲର ବେଆଇନ ଜଣେ ଆର ଜଣକୁ ବିକ୍ରୀ ବଟା, ଭଡାରେ ଲଗାଣ ନେଇ ଅନେକ ତଥ୍ୟ ସଂଗ୍ରହ କରିସାରିଥିବା ଆଲୋଚନା ହୋଇଛି। ଏପରିକି କିଛି ନିର୍ଦ୍ଦିଷ୍ଟ ଷ୍ଟଲ ଆବଣ୍ଟନ ରଦ୍ଧ କରିସାରିଥିବା ଜଣାଯାଇଛି। ଏନେଇ ଅଧିକ ତଦନ୍ତ ହେଲେ ଅନେକ ଗୁମର ଫିଟିବ ବୋଲି ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ନୂତନ ଭାବରେ ପୌର ପରିଷଦ ପକ୍ଷରୁ ନିର୍ମିତ ୨୩ଟି ନୂଆ ଷ୍ଟଲ ନିଲାମ ଡାକିଛି। ତେବେ ନିଲାମ ଦର ସର୍ବନିମ୍ନ ୩ ଲକ୍ଷ ତଥା ୩.୫ ଲକ୍ଷ ଟଙ୍କା ଧାର୍ୟ୍ୟ କରାଯାଇଛି। ଏମିତିରେ ନିଲାମ ଡାକ ୩୦/୪୦ ଲକ୍ଷ ଯିବା ପର୍ୟ୍ୟନ୍ତ ସୁନିଶ୍ଚିତ ବୋଲି ଆଲୋଚନା ହୋଇଛି। ଫଳରେ କେବଳ କୋଟିପତି ଲୋକେ ପୌର ଷ୍ଟଲ ଲିଜ ନେଇ ପାରିବେ। ସେ ସବୁ ଅନ୍ୟକୁ ଭଡା ସୁତ୍ରରେ ଦେଇ ବେଶ ମୁନାଫା ଅର୍ଜନ କରିବେ ବୋଲି ନିଲାମ ପ୍ରକ୍ରିୟାରେ ଭାଗ ନେବାରେ ଅସମର୍ଥ ସ୍ଥାନୀୟ ଫୁଟପାଥ ଦୋକାନୀ ତଥା ଷ୍ଟଲ ଆଶାୟୀ ମଧ୍ୟବିତ୍ତ ପରିବାରର ଶିକ୍ଷିତ ବେକାର ଯୁବକ ଅଭିଯୋଗ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories