www.samajalive.in
Sunday, December 7, 2025
14.1 C
Bhubaneswar

ନାବାଳିକାର ବିବାହ ରୋକିଲା ଚାଇଲ୍‌ଡ ଲାଇନ

ଟିଟିଲାଗଡ଼ : ଟିଟିଲାଗଡ ଥାନା ଅଞ୍ଚଳର ଏକ ଗ୍ରାମରେ ରବିବାର ସନ୍ଧ୍ୟାରେ ଜଣେ ନାବାଳିକାର ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସୂଚନା ପାଇ ଚାଇଲ୍‌ଡ ଲାଇନ କର୍ମକର୍ତ୍ତା ପହଞ୍ଚି ବିବାହ ବନ୍ଦ କରାଇଥିବା ଜଣାପଡିଛି।

ଝିଅ ମଙ୍ଗୁଳା ସରିଥିଲା। ଘରେ ପହଞ୍ଚି ସାରିଥିଲେ କୁଣିଆ। ବରଯାତ୍ରୀଙ୍କ ପାଇଁ ଖାଇବା ବ୍ୟବସ୍ଥା ବି ସରି ଯାଇଥିଲା। ବାହାଘର ପାଇଁ ବାଜା ବି ବାଜୁଥିଲା। କିନ୍ତୁ ରବିବାର ଦିନ ଦେଢଟାରେ ଜଣେ ସମାଜସେବୀ ଚାଇଲ୍‌ଡ ଲାଇନ ୧୦୯୮କୁ ଫୋନ ଯୋଗେ ଜଣାଇଥିଲେ। ସନ୍ଧ୍ୟାରେ ଟିଟିଲାଗଡ ଚାଇଲ୍ଡ ଲାଇନ ସଦସ୍ୟ ଶିବାନନ୍ଦ ବେହେରା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମୃଣ୍ମୟୀ ଭୋଇ, ଥାନା ଏସଆଇ ମୋହିନୀ ମଲ୍ଲିକ, ଏଏସଆଇ ଅକୃର ପାତ୍ର, ମିଶନ ଶକ୍ତି ସଂଯୋଜକ ପିତାମ୍ବର ବାଗ, ଅଙ୍ଗନବାଡି ସୁପରଭାଇଜର ଲଚ୍ଛମନି ବାଗ ପ୍ରମୁଖ ଗ୍ରାମରେ ପହଞ୍ଚି ବିବାହ ରୋକିବାକୁ ବୁଝାସୁଝା କରିଥିଲେ। ତେବେ ନାବାଳିକାର ବିବାହ ପାଇଁ ପରିବାର ଲୋକେ ତଥା କୁଣିଆ ଜିଦ ଧରିଥିଲେ। ଏଏନ୍ଏମ୍ ଜନ୍ମ ପୁସ୍ତିକା, ଟୀକା ଦାନ ପଞ୍ଜିକା ଆଦିରୁ ଝିଅର ଜନ୍ମ ୧୬ ଜୁଲାଇ ୨୦୦୫ରେ ଜନ୍ମ ହୋଇଥିବା ସ୍ପଷ୍ଟ ହୋଇଥିଲା। ମାତ୍ର ୧୫ ବର୍ଷ ୫ ମାସ ୧୧ ଦିନର ନାବାଳିକା ବିବାହ କଲେ ବିପଦ ରହିଛି। ଆଗକୁ ଗର୍ଭଧାରଣ କଲେ ଉଭୟ ମାଁ ଏବଂ ଶିଶୁର ଜୀବନ ପ୍ରତି ଭୟ ରହିଛି ବୋଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତି ଭୋଇ ବହୁ ବୁଝାଇଥିଲେ। ଆଇନ ଅନୁଯାୟୀ ନାବାଳିକା ବିବାହ ଉଦ୍ୟମ କଲେ ୨ ବର୍ଷ ଜେଲ ଓ ୧ ଲକ୍ଷ ଟଙ୍କା ଜୋରିମାନା ରହିଛି। ଉଭୟ ବର ଓ କନ୍ୟାର ପିତାମାତା ଏନେଇ ଦୋଷୀ ଭାବରେ ଗିରଫ ହେବେ ବୋଲି ପୁଲିସ ଏସଆଇ ମଲ୍ଲିକ ଚେତାଇ ଦେଇଥିଲେ। ପରେ ପୁଲିସ ପକ୍ଷରୁ ବର ଘରକୁ ଫୋନ କରି ବରଯାତ୍ରୀ ଆସିଲେ ଏଠି ଗିରଫ ହେବେ ବୋଲି ଚେତାବନୀ ଦିଆଯାଇଥିଲା। ପରେ କନ୍ୟା ପକ୍ଷ ୧୮ ବର୍ଷ ହେଲା ପର୍ଯ୍ୟନ୍ତ ଝିଅକୁ ବାହା ଦେବୁ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories