ଭୁବନେଶ୍ବର: ଆଜି ଆସିବ ପୌର ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହୋଇଛି ପୌର ନିର୍ବାଚନର ଭୋଟ୍ ଗଣତି । ୩ ମହାନଗର ନିଗମ ଓ ୧୦୫ ପୌରାଞ୍ଚଳର ଫଳାଫଳ ଆଜି ଆସିବ । କେବଳ ଧାମନଗରରେ ଆଜି ଭୋଟ୍ ଗଣତି ହେଉନାହିଁ । ଇଭିଏମ୍ ତ୍ରୁଟି ଓ କିଛି ଅଞ୍ଚଳରେ ଉତ୍ତେଜନା କାରଣରୁ ଭୋଟ୍ ଗଣତି ସ୍ଥଗିତ ରଖାଯାଇଛି । ରାଜ୍ୟର ୬ଟି ଓ୍ବାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ଗଣତି ହୋଇପାରିବ ନାହିଁ । ଅନ୍ୟପଟେ ଭୋଟ୍ ଗଣତିକୁ ନେଇ ସବୁଠି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରତି ବିଜ୍ଞାପିତ ପରିଷଦ ଗଣତି କେନ୍ଦ୍ରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଜ୍ଞାପିତ ପରିଷଦ ଗଣତି କେନ୍ଦ୍ରରେ ଭୋଟ୍ ଗଣତି ପାଇଁ ୨ଟି ଟେବୁଲର ବ୍ୟବସ୍ଥା କରାଯାଇଥିବା ବେଳେ, ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର ଓ ଜଣେ ସହକାରୀ ନିୟୋଜିତ ରହିଛନ୍ତି । ତାହା ସହ ଗଣତି କେନ୍ଦ୍ର ଗୁଡ଼ିକରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ପ୍ରତି ୱାର୍ଡର ଗଣତି ପରେ ଫଳ ଘୋଷଣା ହେବ ।
Popular Categories



