ମୁଖୀଗୁଡା: ଝାରସୁଗୁଡା ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖୀଗୁଡା ସରପଞ୍ଚ ବାସନ୍ତୀ ମାଝୀଙ୍କ ଗତକାଲି ଠାରୁ କୌଣସି ସନ୍ଧାନ ମିଳୁ ନ ଥିବା ଜଣାପଡିଛି। ତାଙ୍କ ସହ ଜଣେ ପଡୋଶୀ ଘରର ନାବାଳିକାର ମଧ୍ୟ କୌଣସି ଖୋଜ ଖବର ମିଳୁନାହିଁ।
ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନ ୪ଟା ବେଳେ ମୁଖୀଗୁଡା ସରପଞ୍ଚ ବାସନ୍ତୀ ମାଝୀ ତାଙ୍କ ଘର ପାଖରେ ଥିବା ଏକ ୧୫ ବର୍ଷୀୟା ନାବାଳିକା ସହ କୁଆଡେ ଯାଇ ରାତିରେ ଫେରି ନ ଥିଲେ। ସେ ନିଜ ସହ ତାଙ୍କ ପୁଅ କିମ୍ଵା ଝିଅକୁ ନେଇ ନ ଥିଲେ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସରପଞ୍ଚ କିମ୍ଵା ନାବାଳିକାର ସନ୍ଧାନ ନ ମିଳିବ ଫଳରେ ସରପଞ୍ଚଙ୍କ ସ୍ଵାମୀ କର୍ଣ୍ଣାଟ ମାଝି ସ୍ତ୍ରୀ ନିଖୋଜ ସମ୍ପର୍କରେ ଏବଂ ନାବାଳିକାର ପିତା ନରେନ୍ଦ୍ର ନାଏକ ଝିଅର ନିଖୋଜ ସମ୍ପର୍କରେ ଜୟପାଟଣା ଥାନାରେ ଅଭିଯୋଗ କରିଛନ୍ତି।



