www.samajalive.in
Tuesday, December 9, 2025
17.1 C
Bhubaneswar

ସୁନ୍ଦରଗଡ଼ରେ ଖୋଲିଲା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର, ଭିନ୍ନକ୍ଷମଙ୍କୁ ମିଳିବ ଅତ୍ୟାଧୁନିକ ଚିକିତ୍ସା

ଭିନ୍ନକ୍ଷମମାନଙ୍କ ଚିକିତ୍ସା ପାଇଁ ସୁନ୍ଦରଗଡ଼ରେ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ଉଦଘାଟିତ ହୋଇଛି। ପଶ୍ଚିମ ଓଡ଼ିଶାର ଏହି ପ୍ରଥମ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୋଲାଯାଇଛି। ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ଏବଂ କୃତ୍ରିମ ଅଙ୍ଗ ପ୍ରତିରୋପଣ ପାଇଁ ଏହି କେନ୍ଦ୍ରକୁ ଉତ୍ତରାଞ୍ଚଳ ରାଜସ୍ୱ କମିସନର ନିରଞ୍ଜନ ସାହୁ ଲୋକାର୍ପଣ କରିଛନ୍ତି। ଅନୁଷ୍ଠିତ ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏମା ଏକ୍କା, ସିଡିଏମ୍‌ଓ ଡାକ୍ତର ସରୋଜ କୁମାର ମିଶ୍ର ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

- Advertisement -

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର (ଡିଏମ୍‌ଏଫ୍‌) ଆର୍ଥିକ ସହାୟତା ଏବଂ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଏହି କେନ୍ଦ୍ର ଖୋଲାଯାଇଛି। ଏଠାରେ ଗରିବ ଶ୍ରେଣୀର ଭିନ୍ନକ୍ଷମ ଲୋକମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବା ସହିତ ସେମାନଙ୍କୁ ସମାଜରେ ସମ୍ମାନଜନକ ଭାବେ ବଞ୍ଚିବାକୁ ସୁଯୋଗ ଦେବା ହେଉଛି ଏହି କେନ୍ଦ୍ରର ମୁଖ୍ୟ ଲକ୍ଷ୍ୟ। ଏଠାକୁ ଆସୁଥିବା ସମସ୍ତ ରୋଗୀଙ୍କୁ କେନ୍ଦ୍ରରେ ବିଭିନ୍ନ ପ୍ରକାରର ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ। ତେବେ ବର୍ଷକୁ ୪ ଲକ୍ଷ ଟଙ୍କାରୁ କମ୍‌ ଆୟ ଥିବା ବର୍ଗର ଭିନ୍ନକ୍ଷମ ହିତାଧିକାରୀଙ୍କ କ୍ଷେତ୍ରରେ ମାଗଣାରେ କୃତ୍ରିମ ଅଙ୍ଗ ପ୍ରତିରୋପଣ କରିବାର ସୁବିଧା ରହିଛି।

ଏହି ଅବସରରେ ପଶ୍ଚିମାଞ୍ଚଳ ରାଜସ୍ୱ କମିସନର ନିରଞ୍ଜନ ସାହୁ କହିଛନ୍ତି ଯେ ଦୁର୍ଘଟଣାରେ ଅଙ୍ଗ ହରାଉଥିବା ଲୋକଙ୍କ ପାଇଁ ଏହି ପୁନର୍ବାସ କେନ୍ଦ୍ର ବରଦାନ ସଦୃଶ ହେବ। ସେହିପରି ସେମାନଙ୍କୁ ନିଜର ଜୀବନ ଓ ଜୀବିକା ପରିଚାଳନା କରିବା ସହିତ ସମାଜରେ ସମ୍ମାନଜନକ ଭାବେ ବଞ୍ଚିବା ପାଇଁ ନୂଆ ରାସ୍ତା ଦେଖାଇବ।

 

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି ଯେ ଏହି ପୁନର୍ବାସ କେନ୍ଦ୍ରରେ ଭିନ୍ନକ୍ଷମମାନଙ୍କ ପାଇଁ ଉନ୍ନତମାନର ଚିକିତ୍ସା ସୁବିଧା ରହିଛି। ଏହି କେନ୍ଦ୍ରରେ ଅତ୍ୟାଧୁନିକ ରୋବଟିକ୍ସ ଫିଜିଓଥେରାପି ସୁବିଧା ରହିଛି। ଅତ୍ୟାଧୁନିକ ଲାବୋରେଟୋରୀ ସହିତ ଭିନ୍ନକ୍ଷମମାନେ ନିଜକୁ ପରିଚାଳନା କରିବା ପାଇଁ ତାଲିମ ଏବଂ ସେମାନଙ୍କର ଯତ୍ନ ନେବାର ବ୍ୟବସ୍ଥା ରହିଛି। ତେଣୁ ଏଥିରୁ ବହୁ ଲୋକ ଉପକୃତ ହେବେ’’, କହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଅତ୍ୟାଧୁନିକ ଉପକରଣ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ରୋବୋଟିକ୍‌ ଆସିଷ୍ଟେଡ୍‌ ଥେରାପି ଏବଂ କୃତ୍ରିମ ଅଙ୍ଗ ପ୍ରତିରୋପଣ ଭଳି ଦୁଇଟି ବିଭାଗ ରହିଛି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ରୋବୋଟିକ୍‌ ଥେରାପି ସହାୟତାରେ ଚିକତ୍ସା ପ୍ରଦାନ କରାଯିବା ସହ ଭିନ୍ନକ୍ଷମମାନଙ୍କର ଆବଶ୍ୟକତା ଅନୁଯାୟୀ କୃତ୍ରିମ ଅଙ୍ଗ ପ୍ରସ୍ତୁତି ଓ ପ୍ରଦାନ କରାଯିବ। ଏହି କେନ୍ଦ୍ର ଖୋଲିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ୧୩ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories