www.samajalive.in
Saturday, December 6, 2025
16.1 C
Bhubaneswar

ଅନୁପମାର ହତ୍ୟାକାରୀଙ୍କୁ ଧରିବା ପାଇଁ ଏସ.ପି.ଙ୍କୁ ନିବେଦନ

ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ନୁସୁରିପଶି ଗ୍ରାମର ଅନୁପମା ପଲେଇ (୧୭) ଙ୍କ କ୍ଷତବିକ୍ଷତ ଶବ ଗତ ୨୦୧୮ ସେପ୍ଟେମ୍ବର ୬ ତାରିଖ ଢେଙ୍କିକୋଟ ନିକଟ ଟିକିରା ସୀମା ଜଙ୍ଗଲରୁ ମିଳିଥିବା ବେଳେ ଏହାକୁ ଏକ ଦୁଷ୍କର୍ମ ଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣି ମୃତକଙ୍କ ବଡଭଉଣୀ ରଶ୍ମିତା ପଲେଇ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ। ସୂଚନା ଅନୁଯାୟୀ, ନୁସୁରିପଶି ଗ୍ରାମର ଦଶରଥ ପଲେଇଙ୍କ ସାନଝିଅ ଅନୁପମା ୨୦୧୮ ସେପ୍ଟେମ୍ବର ୩ ତାରିଖ ଟିକିରା ଗ୍ରାମକୁ ଯାଇଥିବା ବେଳେ ୬ ତାରିଖ ତାଙ୍କ ଶବ ଟିକିରା ରାସ୍ତା କଡ ଜଙ୍ଗଲରେ କ୍ଷତବିକ୍ଷତ ଅବସ୍ଥାରେ ୩ ଫୁଟ ଉଚ୍ଚ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପୁଲିସ ଏ ନେଇ ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ତେବେ ପୁଲିସ ଦୁଇଜଣଙ୍କୁ ପଚରାଉଚୁରା କରି ଛାଡି ଦେଇଥିଲେ ମଧ୍ୟ ଘଟଣାର ଦୁଇବର୍ଷ ପୁରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅପରାଧିଙ୍କୁ ଠାବ କରାଯାଇ ପାରିନାହିଁ। ତାଙ୍କ ଝିଅ ହତ୍ୟାକାଣ୍ଡ ଘଟଣାରେ ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ ମାମଲାର ଉପଯୁକ୍ତ ତଦନ୍ତ କରୁ ନ ଥିବାରୁ ସେ ନ୍ୟାୟ ପାଇପାରୁ ନ ଥିବା ଅଭିଯୋଗ ଆଣି ମୃତା ଅନୁପମାଙ୍କ ମାଆ ରାଧାରାଣୀ ପଲେଇ କେନ୍ଦୁଝର ଏସ.ପି.ଙ୍କୁ ଲିଖିତ ଅଭିଯୋଗ ପଠାଇବା ସହ ଏହାର ନକଲ କେନ୍ଦୁଝର ଜିଲ୍ଲାପାଳ ଓ ରାଜ୍ୟ ମାନବିକ ଅଧିକାର କମିଶନଙ୍କୁ ପଠାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories