www.samajalive.in
Monday, December 8, 2025
14.1 C
Bhubaneswar

ଘାତକ ମଙ୍କିପକ୍ସ; ଲକ୍ଷଣ ଓ ଚିକିତ୍ସା ପଦ୍ଧତି

ସମାଜ ଡିଜିଟାଲ ଡେସ୍କ: ଏମ୍ ଫକ୍ସ ବା ମଙ୍କିପକ୍ସ ଏବେ ଘାତକ ହେବାରେ ଲାଗିଛି। ପୂର୍ବରୁ ହେଉଥିବା ବସନ୍ତ ରୋଗ ସଦୃଶ ଏହି ରୋଗ।  ଏଥିରେ ମଣିଷ ଆକ୍ରାନ୍ତ ହେଲେ ଶରୀରରେ ଛୋଟ ଛୋଟ ଦାନା ଭଳି ଫଳିଯାଏ। ଏହି ରୋଗ ସବୁ ବର୍ଗର ବ୍ୟକ୍ତିଙ୍କୁ ହୋଇଥାଏ। ଏଥିରେ ମୃତ୍ୟୁ ସଂଖ୍ୟା କମ୍ ରହିଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି। ଏ ପର୍ଯ୍ୟନ୍ତ ଦୁଇଟି ଗ୍ରୁପ ଚିହ୍ନଟ ହୋଇଛି। ଗୋଟିଏ କଙ୍ଗୋ ସବ୍ ଗ୍ରୁପ, ଅନ୍ୟଟି ୱେଷ୍ଟ ଆଫ୍ରିକାନ୍ ସବ ଗ୍ରୁପ। ବିଶେଷଜ୍ଞଙ୍କ ମତରେ ସାଧାରଣତଃ ୱେଷ୍ଟ ଆଫ୍ରିକାନ୍ ସବ୍ ଗ୍ରୁପଟି ଅଧିକ ମାରାତ୍ମକ ହୋଇଥାଏ। ଏଥିରେ ମୃତ୍ୟୁସଂଖ୍ୟା ଅଧିକ ରହିଥାଏ। ଡାକ୍ତର ନିରଞ୍ଜନ ମିଶ୍ରଙ୍କ ମତରେ …

ଲକ୍ଷଣ: 

- Advertisement -

ଏମ୍ ପକ୍ସ ହେବାର ୭ରୁ ୧୪ ଦିନ ମଧ୍ୟରେ ଆକ୍ରନ୍ତ ବ୍ୟକ୍ତିଙ୍କର ପ୍ରବଳ ମାତ୍ରାରେ ମୁଣ୍ଡ ବିନ୍ଧା ହେବ।

ଜ୍ବର ହେବାସହ ଗୋଡ଼ହାତ, ମାଂସପେଶି ବିନ୍ଧା ହେବ। ଆକ୍ରାନ୍ତ ବ୍ୟକ୍ତିଙ୍କୁ ଦୁର୍ବଳ ଲାଗିବ। କୌଣସି କାମ କରିବାକୁ ଇଚ୍ଛା ହେବନାହିଁ। ଖାଦ୍ୟ ଖାଇବାକୁ ଇଚ୍ଛା ହେବନାହିଁ।

ପ୍ରାୟ ତିନି ସପ୍ତାହ ବେଳକୁ ମୁହଁଠାରୁ ଆରମ୍ଭ କରି ଶରୀରର ପ୍ରତ୍ୟେକ ଅଂଶରେ ନାଲି ନାଲି ଦାନା ଭଳି ଫଳିଯିବ। ଶରୀରର ବାହ୍ୟ ଅଂଶରେ ଏହା ଅଧିକ ମାତ୍ରାରେ ହୋଇଥାଏ।

ପ୍ରଥମେ ଦାନାଗୁଡ଼ିକ ଛୋଟଛୋଟ ନାଲି ଦାଗ ସଦୃଶ ଦେଖାଯିବ। ପରେ ସେହି ଦାନାଗୁଡ଼ିକ ବଡ଼ବଡ଼ ଫୋଟକାରେ ପରିଣତ ହେବ। ଧୀରେ ଧୀରେ ଫୋଟକାର ଉପର ଚୋପା ବା ଉପର ଅଂଶ କଳା ପଡ଼ିବ। ନାଲି ଦାନା ହେବାଠାରୁ କଳାଦାଗ ପଡ଼ିବା ପ୍ରାୟ ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ।

ପ୍ରଥରୁ ୭ରୁ ୧୪ ଦିନକୁ ଇନକ୍ୟୁବେସନ ପିରିୟଡ କୁହାଯାଏ।

କିପରି ବ୍ୟାପେ?

ଏହି ରୋଗ ଜଣେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। ଆକ୍ରାନ୍ତ ବ୍ୟକ୍ତିଙ୍କ କପଡ଼ା, ଶଯ୍ୟା ବ୍ୟବହାର କରିବା ଅନୁଚିତ୍। ଏମିତିକି ତାଙ୍କ କାଶ ଓ କଫରେ ମଧ୍ୟ ଏହି ଭୂତାଣୁ ଅନ୍ୟକୁ ବ୍ୟାପିଥାଏ।

ସେହିପରି ସଂକ୍ରମିତ ପଶୁଠାରୁ ମଣିଷକୁ ମଧ୍ୟ ବ୍ୟାପିଥାଏ। ସଂକ୍ରମିତ ପଶୁଙ୍କଠାରୁ ହେଉଥିବା ଉତ୍ପାଦରୁ ଏହି ରୋଗ ବ୍ୟାପିବାର ଅଧିକ ସମ୍ଭାବନା ରହିଥାଏ।

ବିଶେଷଜ୍ଞଙ୍କ କହିବାନୁସାରେ, ଏହା ଏକ ସେକ୍ସୁଆଲ ଟ୍ରାନ୍ସମିଶନ ଡିଜିଜ୍। ବାହାରୁ ଆସୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ନଆସି ପ୍ରଥମେ ତାଙ୍କୁ କ୍ବାରେଣ୍ଟାଇନ ବା ସଙ୍ଗରୋଧରେ ରଖିବା ଉଚିତ୍।

ଚିକିତ୍ସା ପଦ୍ଧତି : 

ଏହି ରୋଗରେ ଆକ୍ରାନ୍ତଙ୍କ କ୍ଷେତ୍ରରେ ଆଣ୍ଟି ଭାଇରାଲ ବ୍ୟବହାର କରାଯାଏ।

ଏଥିପାଇଁ ଟିକା ଉପଲବ୍ଧ ହେଲାଣି କିନ୍ତୁ ଆମ ଦେଶରେ ଟିକା ମିଳିନାହିଁ।

ସ୍ମଲପକ୍ସ ବା ବସନ୍ତ ପାଇଁ ବ୍ୟବହାର ହେଉଥିବା ଟିକା ଏଥିପାଇଁ ବ୍ୟବହାର କରାଯାଇପାରେ। ଯେହେତୁ ଏବେ ଆଉ ବସନ୍ତ ହେଉନାହିଁ ତେଣୁ ସର୍ଭିଲାନ୍ସ ବଢ଼ାଇବା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି।

ଯେଉଁମାନେ ବାହାରୁ ଆସୁଛନ୍ତି ବା ଆଫ୍ରିକାରୁ ଆସୁଛନ୍ତି ସେମାନଙ୍କୁ ଚିହ୍ନଟ କରି ପରୀକ୍ଷା ନିରୀକ୍ଷା କରାଯାଉଛି। ଏଥିପାଇଁ କିଛି ସ୍ବତନ୍ତ୍ର ଲାବରେଟୋରୀ ଖୋଲା ଯାଇଛି। ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories