www.samajalive.in
Friday, December 12, 2025
19.1 C
Bhubaneswar

ପୂଜ୍ୟ ପ୍ରଣାମ – ମୋତିଲାଲ ନେହେରୁ

ରାଜନେତା ମୋତିଲାଲ ନେହେରୁ ୧୮୬୧ ମେ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବିଦେଶରୁ ଆଇନରେ ଉଚ୍ଚଶିକ୍ଷା ଲାଭ କରିବା ପରେ ସେ କାନପୁରରେ ଓକିଲାତି ଆରମ୍ଭ କଲେ। ସମୟକ୍ରମେ ସେ ଦେଶର ଆଗଧାଡ଼ିର ଓକିଲ ଭାବେ ପ୍ରତିଷ୍ଠିତ ହୋଇଥିଲେ। ମୋତିଲାଲ ୧୯୧୯ରେ ‘ଦି ଇଣ୍ଡିପେଣ୍ଡେଣ୍ଟ’ ଦୈନିକ ଖବରକାଗଜର ଆରମ୍ଭ କଲେ। ସେହି ବର୍ଷ ସେ ଜାତୀୟ କଂଗ୍ରେସର ଅଧିବେଶନରେ ପ୍ରଥମଥର ସଭାପତିତ୍ବ କରିଥିଲେ। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧିଙ୍କୁ ସମର୍ଥନ କରି ସେ ଅସହଯୋଗ ଆନ୍ଦୋଳନରେ ଅଂଶଗ୍ରହଣ କଲେ। ମୋତିଲାଲ ନେହେରୁ ଆହ୍ଲାବାଦରେ ଏକ ସୁନ୍ଦର ଘର ତିଆରି କରି ତା’ ନାମ ଆନନ୍ଦ ଭବନ ରଖିଥିଲେ। ପରବର୍ତ୍ତୀ ସମୟରେ ସେ ଏହି ଘରକୁ କଂଗ୍ରେସ ଦଳକୁ ଦାନ କରିଥିଲେ। ଆନନ୍ଦ ଭବନ କଂଗ୍ରେସ ମୁଖ୍ୟାଳୟ ଭାବେ ମଧ୍ୟ ବ୍ୟବହୃତ ହୋଇଥିଲା। ଲବଣ ସତ୍ୟାଗ୍ରହରେ ଭାଗ ନେଇ ଗିରଫ ହେବା ସମୟରେ ସ୍ବାସ୍ଥ୍ୟଗତ ଅସୁବିଧା କାରଣରୁ ତାଙ୍କୁ ଜେଲରୁ ମୁକ୍ତି ମିଳିଲା। ୧୯୩୧ ଫେବୃୟାରୀ ୬ରେ ମୋତିଲାଲ ନେହେରୁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ସୁପୁତ୍ର ପଣ୍ଡିତ ଜବାହରଲାଲ ନେହେରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories