www.samajalive.in
Monday, December 8, 2025
14.1 C
Bhubaneswar

ବିକାଶ ଖୋଜୁଛି ମୋତାଚୁଆଁ

କଲମପୁର/ଥୁଆମୁଳ ରାମପୁର: ରାଜ୍ୟରେ ନବୀନ ପଟ୍ଟନାୟକ ନେତୃତ୍ୱାଧିନ ସରକାରଙ୍କ ୨୪ ବର୍ଷ ପୂରଣ ହୋଇ ସାରିଛି। ସେହିଭଳି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ଏନଡିଏ ସରକାର କେନ୍ଦ୍ର ଶାସନ କରିବାର ୧୦ ବର୍ଷ ବିତି ସାରିଛି। ଅନ୍ୟପଟେ ଦେଶ ସ୍ୱାଧୀନ ହେବାର ୭୬ ବର୍ଷ ବିତି ସାରିଛି। କିନ୍ତୁ ପରିତାପର ବିଷୟ ରାସ୍ତା, ସ୍ୱାସ୍ଥ୍ୟ, ପାନୀୟଜଳ ଭଳି ମୌଳିକ ସେବାରୁ ଏବେ ମଧ୍ୟ ଅନେକ ଜନବସତି ବଞ୍ଚିତ। କେଉଁଠି ରାସ୍ତା ଅଭାବ ଯୋଗୁଁ ଖଟିଆରେ ବୁହା ହୋଇ ରୋଗୀ ଏବଂ ଗର୍ଭବତୀ ଚିକିତ୍ସା ପାଇଁ ଯାଉଛନ୍ତି ତ କେଉଁଠି ପୋଲ ନଥିବାରୁ ଭରା ନଦୀରେ ଅସହାୟ ଅବସ୍ଥାରେ ଦେଶୀ ଡଙ୍ଗାରେ ପାରି ହେଉଛନ୍ତି। ପୁଣି କେଉଁଠି ବିଶୁଦ୍ଧ ପାନୀୟ ଜଳ ଅଭାବ ଯୋଗୁଁ ଝରଣା ପାଣିକୁ ଭରସା କରୁଛନ୍ତି। ଏଭଳି ଏକ ଗାଁର ନାଁ ମୋତାଚୁଆଁ। ଯାହା କଳାହାଣ୍ଡି ଜିଲ୍ଲାର ଅପହଞ୍ଚ ଇଲାକା ଭାବେ ପରିଚିତ ବଣପାହାଡ ଘେରା ଥୁଆମୁଳ ରାମପୁର ବ୍ଲକ ତଥା ସଦରମହାକୂମା ପଂଚାୟତ ଅଧିନରେ ରହିଛି।

ମୋତାଚୁଆଁ ଗାଁର ଚତୁଃପାର୍ଶ୍ବରେ ଘେରି ରହିଛି କୋସଲାମସ୍କା, ପୋଇଡଙ୍ଗର, ମାତରମାଲ, ଏବଂ ଝଡେନ ଡଙ୍ଗର। ଏହି ୪ ପାହାଡର ମଧ୍ୟବର୍ତ୍ତୀ ପାଦ ଦେଶରେ କୂଅ ଭଳି ସ୍ଥାନରେ ଏହି ଗାଁର ଅବସ୍ଥିତି ଯୋଗୁଁ ଗାଁର ନାଁ ଏଭଳି ହେଇଥିବା ଗ୍ରାମବାସୀ ସୂଚନା ଦିଅନ୍ତି। ସେମାନେ କୂଅ ଭିତରେ ରହିଯାଉଥିବାରୁ ବିକାଶର ସୂର୍ଯ୍ୟାଲୋକ ସେମାନଙ୍କ ନିକଟରେ ପହଞ୍ଚି ପାରୁନଥିବା କ୍ଷୋଭର ସହିତ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଖୋଦ ବ୍ଲକ ମୁଖ୍ୟାଳୟ ଥିବା ଥୁଆମୁଳ ରାମପୁର ହିଁ ସେମାନଙ୍କ ପଂଚାୟତ। କିନ୍ତୁ ପଂଚାୟତଠାରୁ ପ୍ରାୟ ୬ କିଲୋମିଟର ଦୂରେର ଏହି ଗାଁ। କିନ୍ତୁ ଏହି ଗାଁ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନାରେ ନିର୍ମିତ ସୌର ପ୍ରକଳ୍ପ ବର୍ଷାଧିକ କାଳ ହେବ ଅଚଳ ହୋଇ ପଡ଼ିଛି। ଅଚଳ ହୋଇ ପଡ଼ିଛି ନଳକୂଅ। ଯେଉଁଥିପାଇଁ ଗ୍ରାମବାସୀ ବିଦ୍ୟାଳୟ ପରିସରରେ ଥିବା ଏକମାତ୍ର ନଳକୂଅକୁ ପାନୀୟ ଜଳ ପାଇଁ ଭରସା କରୁଥିବାବେଳେ ଅନେକ ସମୟରେ ପାଣି ପାଇଁ ନିଜ ନିଜ ମଧ୍ୟରେ ମତାନ୍ତର ମନାନ୍ତର ହୋଇ ଗାଁ ପରିବେଶରେ ଅସନ୍ତୋଷ ଲାଗି ରହିଛି। ସ୍ନାନ ଶୌଚାଦୀ ପାଇଁ ନିକଟସ୍ଥ ଝର ପାଣି ଭରସା। କିନ୍ତୁ ଏବେ ଗ୍ରୀଷ୍ମତାପ ବୃଦ୍ଧି ଯୋଗୁଁ ଝର ପାଣି ସୁଖିବାରେ ଲାଗିଛି। ଯେଉଁଥିପାଇଁ ଅସହାୟ ହେଉଛନ୍ତି ମୋତାଚୁଆଁ ଗ୍ରାମବାସୀ। କୋଷାବରା ଗାଁଠାରୁ ପ୍ରାୟ ୨ କିଲୋମିଟର ମୋତାଚୁଆଁ ଗାଁ ପାଇଁ ନାହିଁ ରାସ୍ତାର ସୁବିଧା। ଯେଉଁଥିପାଇଁ ଜଙ୍ଗଲିଆ ପଦଚଲା ରାସ୍ତା ହିଁ ସେମାନଙ୍କ ସାହାରା। ରାସ୍ତା ନଥିବାରୁ ଗାଁକୁ ଆସିପାରେ ନାହିଁ ଆମ୍ବୁଲାନ୍ସ। ଯେଉଁଥିପାଇଁ ପ୍ରଭାବିତ ହୁଅନ୍ତି ଗର୍ଭବତୀ ଏବଂ ସଙ୍କଟାପନ୍ନ ରୋଗୀ। ନିର୍ବାଚନ ପରେ ନିର୍ବାଚନ ଆସୁଛି। ଗାଁ ଲୋକ ଭୋଟ ଦେଇ ନିଜ ପ୍ରତିନିଧି ବାଛୁଛନ୍ତି। କିନ୍ତୁ ପରିତାପର ବିଷୟ ଗାଁ ପାଇଁ ଅଦ୍ୟାବଧି ସବୁଦିନିଆ ରାସ୍ତାର ଅଭାବ। ପାନୀୟ ଜଳର ଅଭାବ ଭଳି ଅନେକ ମୌଳିକ ସମ୍ୟାର ସମାଧାନ ହୋଇ ପାରୁନାହିଁ।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories