www.samajalive.in
Friday, December 5, 2025
23.1 C
Bhubaneswar

ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗ ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସକାଳୁ ରୁଷ୍‍କୁ ୩ ଦିନ ଗସ୍ତରେ ଯାଇଛନ୍ତି। ଏହି ସମୟରେ ସେ ସାଂଘାଇ ସହଯୋଗ ସଂଗଠନ-ଏସ୍‍.ସି.ଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ। ଏସ୍‍.ସି.ଓ.ର ସମସ୍ତ ୭ଟିଯାକ ସଦସ୍ୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀମାନେ ସନ୍ତ୍ରାସବାଦ ଓ ଉଗ୍ରବାଦ ସମସ୍ୟା ଓ ଏହାର ମୁକାବିଲା ପାଇଁ ସାମୂହିକ ସହଯୋଗ ପ୍ରସଙ୍ଗ ଭଳି ଆଞ୍ଚଳିକ ନିରାପତ୍ତା ଚ୍ୟାଲେଞ୍ଜଗୁଡ଼ିକ ବିଷୟରେ ଆଲୋଚନା କରିବାର ଆଶା କରାଯାଉଛି। ମସ୍କୋରେ ଶୁକ୍ରବାର ଦିନ ଏହି ଆଲୋଚନା ହେବ। ରୁଷ୍‍ ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ୍‍ ଶର୍ଗେଇ ଶୋଇଗୁଙ୍କ ଆମନ୍ତ୍ରଣକ୍ରମେ ଶ୍ରୀ ସିଂ ମସ୍କୋ ଗସ୍ତରେ ଯାଇଛନ୍ତି। ସେ ସାମୂହିକ ନିରାପତ୍ତା ଚୁକ୍ତି ସଂଗଠନ-ସି.ଏସ୍‍.ଟି.ଓ. ଏବଂ ସି.ଆଇ.ଏସ୍‍ ବୈଠକରେ ମଧ୍ୟ ଯୋଗଦେବେ।

ଏକ ଟ୍ୱିଟରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସେ ରୁଷ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟି ତାଙ୍କ ସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଓ ଦ୍ୱିପକ୍ଷୀୟ ସହଯୋଗ ସଂକ୍ରାନ୍ତରେ ଆଲୋଚନା କରିବେ। ଭାରତ ଓ ରୁଷ୍‍ ପରସ୍ପରର ପୁରାତନ ଭାଗିଦାର ରାଷ୍ଟ୍ର ଓ ତାଙ୍କର ଏହି ଗସ୍ତ ଏହି ସଂପର୍କକୁ ଆହୁରି ଅଧିକ ସୁଦୃଢ଼ କରିବ ବୋଲି ସେ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଆସନ୍ତା ୧୦ ତାରିଖରେ ହେବାକୁ ଥିବା ସାଂଘାଇ ସହଯୋଗ ସଙ୍ଗଠନ ବୈଦେଶକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବାକୁ’ ରୁଷ୍‍’ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କରଙ୍କୁ ଆମନ୍ତ୍ରଣ କରିଛି।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories