ପ୍ରତ୍ୟେକ ବ୍ୟକ୍ତିଙ୍କ ଇଚ୍ଛା ଥାଏ ଯେ, ତାଙ୍କ ଦିନଟି ଶୁଭମୟ ହେଉ। ତେଣୁ କୁହାଯାଇଛି ଯେ, ଯଦି ଆପଣଙ୍କ ସକାଳ ଭଲ ହୁଏ ତେବେ ଦିନଟି ଭଲ ହେବ। ତେଣୁ ସକାଳ ଭଲରେ ନ କଟିଲେ ଦିନ ସାରା ଅଶାନ୍ତିରେ କଟିଥାଏ। ତେଣୁ ସକାଳୁ ଉଠି ଏପରି କିଛି କାର୍ଯ୍ୟ କରିବା ଅନୁଚିତ ଯେଉଁଥି ପାଇଁ ଦିନଟି ଖରାପ ହେବ। ଆସନ୍ତୁ ଜାଣିବା ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଅନୁଚିତ ..
ବାସ୍ତୁଶାସ୍ତ୍ର ଅନୁଯାୟୀ, ବ୍ୟକ୍ତି ସକାଳୁ ଉଠି ଆଇନା ଦେଖିବା ଅନୁଚିତ। ଏପରି କରିବା ଅଶୁଭ ଅଟେ। ସକାଳୁ ଉଠି ଆଇନା ଦେଖିବା ଦ୍ବାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
ସକାଳୁ ଉଠି ମୁହଁ ନ ଧୋଇ କୌଣସି ବ୍ୟକ୍ତିଙ୍କୁ ଦେଖିବା ଅନୁଚିତ। ମୁହଁ ନ ଧୋଇ ଅନ୍ୟ କାହାକୁ ଦେଖିବା ଦ୍ବାରା ତାଙ୍କ ଶରୀରର ନକରାତ୍ମକ ଶକ୍ତି ଆପଣଙ୍କ ମଧ୍ୟକୁ ଆସିଯାଏ।
ସକାଳର ଜଳଖିଆ ଖାଇବା ପୂର୍ବରୁ କୌଣସି ପଶୁଙ୍କ ନାମ ଧରିବା ଅନୁଚିତ। ଏପରି କରିବା ଅଶୁଭ ହୋଇଥାଏ।
ସକାଳୁ ଉଠି ସର୍ବଦା ବାପାମା’ଙ୍କ ପାଦ ଛୁଇଁବା ଉଚିତ। ଏହାସହ ସକାଳୁ ଉଠି ନିଜ ପାପୁଲି ଦେଖି ଭଗବାନଙ୍କୁ ସ୍ମରଣ କରିବା ଉଚିତ। ଏପରି କରିବା ଦ୍ବାରା ଆତ୍ମବିଶ୍ବାସ ବୃଦ୍ଧି ପାଇଥାଏ।
ଆପଣ ଘରୁ ବାହାରି ଯାଉଥିବା ବେଳେ ଗାଈ ଦେଖିଲେ ଆପଣଙ୍କ ଦିନ ଶୁଭ ହୋଇଥାଏ।
ସକାଳୁ ଉଠି ଧାର୍ମିକ ଭଜନ ଶୁଣିବା ଉଚିତ। ଏହାସହ ସକାଳୁ ଉଠିବ ଛୋଟ ପିଲାଙ୍କ ସହ ସମୟ ଅତିବାହିତ କରିବା ଉଚିତ। ଏପରି କରିବା ଦ୍ବାରା ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।
ସକାଳୁ ଉଠି ସିଧାସଳଖ ପାଦ ଭୂମିରେ ରଖନ୍ତୁ ନାହିଁ। ପାଦ ତଳେ ରଖିବା ପୂର୍ବରୁ ଧରିତ୍ରୀ ମାତାଙ୍କୁ ସ୍ପର୍ଶ କରି ମୁଣ୍ଡିଆ ମାରି ତଳେ ରଖନ୍ତୁ। ଏପରି କରିବା ଶୁଭ ଅଟେ।



