www.samajalive.in
Monday, December 8, 2025
13.1 C
Bhubaneswar

୪.୬୪ କୁଇଣ୍ଟାଲ ଗଞ୍ଜେଇ ସହ ବୋଲେରୋ ଜବତ, ଜଣେ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଅଣ୍ଡାରୀ-କିଲୁ ଗାଁ ପାର୍ଶ୍ଵବର୍ତ୍ତୀ ଜଙ୍ଗଲରୁ ପୁଲିସ ୪ କୁଇଣ୍ଟାଲ ୬୪ କିଗ୍ରା ଗଞ୍ଜେଇ ଜବତ କରିବା ସହିତ ଜଣେ ଚୋରା ବ୍ୟବସାୟୀଙ୍କୁ ଗିଫର କରିଛି। ଘଟଣାସ୍ଥଳରୁ ଏକ ବୋଲେରୋ ମଧ୍ୟ ଜବତ କରାଯାଇଛି।

କରୋନା ମହାମାରୀ ସମୟରେ ଜିଲାରେ ତାଲାବନ୍ଦ ଘୋଷଣା କରାଯାଇଥିବାବେ​ଳେ ଗଞ୍ଜେଇ ମାଫିଆମାନେ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚାଲାଣ କରୁଛନ୍ତି। ଏହା ଉପରେ ନଜର ରଖିବା ଲାଗି ଏସପି ବିନୀତ ଅଗ୍ରୱାଲ ବାଲିଗୁଡ଼ା ଏସଡିପିଓ ମନୋଜ କୁମାର ପୂଜାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏସଡିପିଓଙ୍କ ନିର୍ଦେଶକ୍ରମେ ଗତ ମଙ୍ଗଳବାର ବାଲିଗୁଡ଼ା ପୁଲିସର ଏକ ଟିମକୁ ସିନ୍ଦିର, ଅଣ୍ଡାରୀ ଏବଂ କିଲୁ ଗାଁ ରାସ୍ତାରେ ପାଟ୍ରୋଲିଂ କରିଥିଲା। ଅପରାହ୍ନ ପ୍ରାୟ ୨ଟାରେ ଅଣ୍ଡାରୀ-କିଲୁ ଗାଁ ରାସ୍ତାପାର୍ଶ୍ଵ ଜଙ୍ଗଲରେ ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ଠୁଳ କରି ଅନ୍ୟତ୍ର ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବାବେଳେ ପୁଲିସ ଏସଆଇ ଦୀପକ ରାଉତ ଓ ତାଙ୍କ ଟିମ ସେଠାରେ ଚଢ଼ାଉ କରିଥିଲେ। ଘଟଣା ସ୍ଥଳରୁ ପୁଲିସ ୪ କୁଇଣ୍ଟାଲ ୬୪ କିଗ୍ରା ଗଞ୍ଜେଇ, ଗୋଟିଏ ବୋଲେରୋ (ଓଆର-୦୨-ଏୟୁ-୯୮୬୭) ଜବତ କରିବା ସହିତ ଜଣେ ମାଫିଆକୁ ଗିରଫ କରିଥିଲେ। ଅନ୍ୟ ଦୁଇ ଜଣ ମାଫିଆ ସେଠାରୁ ଖସି ପଳାଇଥିଲେ।

- Advertisement -

ଏ ସଂକ୍ରାନ୍ତରେ ବାଲିଗୁଡା ଥାନାରେ ଏକ ମାମଲା(୮୨/୨୧) ଦଫା ୨୦(ବି) (୨) (ସି) ୨୫/୨୯ ଏନଡିପିଏସ ଆଇନରେ ରୁଜୁ ହୋଇଛି। ଏସଆଇ  ରବୀନ୍ଦ୍ର ମୁଣ୍ଡାରୀ ଏହାର ତଦନ୍ତ କରୁଛନ୍ତି।

 

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories