www.samajalive.in
Saturday, December 6, 2025
26.1 C
Bhubaneswar

୧୭୮୭ ଖିଲାପକାରୀଙ୍କ କବ୍‌ଜାରେ ପିଏନବିର ୩୭ ହଜାର କୋଟି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି)ର ୩୭ ହଜାର କୋଟିରୁ ଅଧିକ ଋଣ ବକେୟା ରଖିଛନ୍ତି ୧୭୦୦ରୁ ଊର୍ଦ୍ଧ୍ଵ ଖିଲାପକାରୀ। ଏମାନଙ୍କ ମଧ୍ୟରେ ୱନସମ୍‌ ଡାଏମଣ୍ଡ ଆଣ୍ଡ ଜୁଏଲେରୀ, ଗୀତାଞ୍ଜଳି ଜେମ୍‌ସ ଏବଂ ଏବିଜି ଶିପ୍‌ୟାର୍ଡ ଭଳି ବଡ଼ ବଡ଼ କମ୍ପାନୀ ରହିଛନ୍ତି। ଏହା ସହିତ ବିଜୟ ମାଲ୍ୟାଙ୍କ କିଙ୍ଗ୍‌ଫିଶର ଏୟାରଲାଇନ୍ସ ଉପରେ ବି ୫୨୨ କୋଟିରୁ ଅଧିକ ଟଙ୍କା ଋଣ ରହିଛି। ନିକଟରେ ପିଏନବି ୱେବସାଇଟ୍‌ରେ ଜାରି ହୋଇଥିବା ତଥ୍ୟରୁ ଏହି ସୂଚନା ମିଳିଛି।

ସୂଚନା ଅନୁସାରେ, ୧୭୮୭ ଜଣ ଋଣ ଖିଲାପକାରୀ ପିଏନବିର ୩୭ ହଜାର ୨୦ କୋଟି ଟଙ୍କାର ଋଣ ବକେୟା ରଖିଛନ୍ତି। ଏହି ଖିଲାପକାରୀଙ୍କ ତାଲିକାରେ ମେହୁଲ ଚୋକ୍‌ସୀଙ୍କ କମ୍ପାନୀ ଗୀତାଞ୍ଜଳି ଜେମ୍‌ସ ରହିଛି। ଏହି କମ୍ପାନୀ ପିଏନବିର ୫ ହଜାର ୬୪ କୋଟି ଟଙ୍କା ଋଣ ପରିଶୋଧ କରିନାହିଁ। ଗୀତାଞ୍ଜଳି ଗ୍ରୁପ୍‌ର ଗିଲୀ ଇଣ୍ଡିଆ ଏବଂ ନକ୍ଷତ୍ର କମ୍ପାନୀ ଉପରେ ଯଥାକ୍ରମେ ୧୪୪୭ ଏବଂ ୧୧୦୯ କୋଟି ଟଙ୍କା ବକେୟା ରହିଛି। ସେହିପରି ଜତିନ ମେହଟ୍ଟାଙ୍କ କମ୍ପାନୀ ୱିନ୍‌ସମ ଡାଏମଣ୍ଡ ଆଣ୍ଡ ଜୁଏଲେରୀ ଉପରେ ୧୦୩୬.୮୫ କୋଟି, ଏବିଜି ଶିପ୍‌ୟାର୍ଡ ଉପରେ ୧୧୯୩.୩୭ କୋଟି ରହିଛି। ଚଣ୍ଡୀଗଡ଼ ସ୍ଥିତ କୁଡୋସ କେମି ଲିମିଟେଡ୍‌ କମ୍ପାନୀ ଉପରେ ୧୪୧୮ କୋଟି ଟଙ୍କାର ଋଣ ବାକି ରହିଛି।

- Advertisement -

ଅନ୍ୟପଟେ ଜୁମ୍‌ ଡେଭଲପର୍ସ ଉପରେ ୭୦୨ କୋଟି, ଜସ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର ଆଣ୍ଡ ପାୱାର ଲିମିଟେଡ ଉପରେ ୪୫୩.୯୬ କୋଟି ଏବଂ ଷ୍ଟର୍ଲିଂ ଗ୍ଲୋବାଲ ଅଏଲ ରିସୋର୍ସେସ୍‌ ଲିମିଟେଡ୍‌ ପିଏନବିର ୭୫୫ କୋଟି ଟଙ୍କା ବାକି ରଖିଛି। ଏମାନଙ୍କବ୍ୟତୀତ ଆହରି ଅନେକ କମ୍ପାନୀ ପିଏନପିର ହଜାର ହଜାର କୋଟି ଟଙ୍କା ପରିଶୋଧ ନ କରି ଚୁପ୍‌ ବସିଛନ୍ତି। କନ୍‌ସୋର୍ଟିୟମ୍‌ ଜରିଆରେ ଏସବୁ ଋଣ ଦିଆଯାଇଥିବା ସୂଚନା ମିଳିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories