www.samajalive.in
Saturday, December 6, 2025
26.1 C
Bhubaneswar

ପାଳଗଦାରେ ଖେଳୁଥିବା ବେଳେ ନିଆଁ ଲାଗିବା ଘଟଣା : ଚିକିତ୍ସାଧୀନ ଆଉ ଜଣେ ଶିିଶୁ ମୃତ, ୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ସମାଜ ପୋର୍ଟାଲ ଡେସ୍କ: ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ଖରିଛଟା ଗାଁରେ ପାଳଗଦାରେ ନିଆଁ ଲାଗିବା ଘଟଣାରେ ଆଉ ଜଣେ ଶିଶୁର ମୃତ୍ୟୁ ହୋଇଛି। ବ୍ରହ୍ମପୁରସ୍ଥିତ ଏମ୍‌କେସିଜିରୁ ସ୍ଥାନାନ୍ତରିତ ହୋଇ କଟକ ବଡମେଡିକାଲରେ ଚିକିତ୍ସାଧୀନ ଥିବା ଆଲୋକ ଜେନାଙ୍କୁ ଏସ୍‌ସିବିର ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ମିଳିଛି। ଆଲୋକଙ୍କ ମୃତ୍ୟୁ ହେବାପରେ ଏହି ହୃଦୟବିଦାରକ ଘଟଣାରେ ମୃତକଙ୍କ ସଂଖ୍ୟା ୪ରେ ପହଞ୍ଚିଛି।

ସୂଚନାଯୋଗ୍ୟ,ରବିବାର ସକାଳୁ ଖଇରଚଟା ଗାଁରେ ପାଳଗଦାରେ ଘର କରି ଖେଳିବା ସମୟରେ ପାଳଗଦାରେ ନିଆଁ ଲାଗିବା ପରେ ୪ ଜଣ ଶିଶୁ ଗୁରୁତର ଅବସ୍ଥାରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ଅବସ୍ଥାରେ ଏମକେସିଜି ମେଡିକାଲ ସ୍ଥାନାନ୍ତରିତ ହୋଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ପୁଅ ଓ ଜଣେ ଝିଅଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କର ଶରୀରର ପ୍ରାୟ ୮୦ ପ୍ରତିଶତ ଭାଗ ପୋଡିଯାଇଥିଲା। ଏହି ଘଟଣାରେ ଗୁରୁତର ଥିବା  ଆଲୋକକୁ ଏମକେସିଜି ମେଡିକାଲରୁ  କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କଟକ ବଡମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଲୋକର ମୃତ୍ୟୁ ଘଟିଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories