ଛାତ ଉପରେ କୁନି ଶିଶୁ ବୁଲୁଥିବା ଦେଖି ଆକ୍ରମଣ କରିଦେଲା ମାଙ୍କଡ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ଚକିତ ହୋଇଯିବେ । ଭିଡିଓରେ ଏକ କୁନି ଶିଶୁକୁ ମାଙ୍କଡ ଆକ୍ରମଣ କରୁଛି । ଶିଶୁଟି ଘର ଛାତ ଉପରେ ବୁଲୁଥିବାବେଳେ ଅଚାନକ କିଛି ମାଙ୍କଡ ସେଠାକୁ ଚାଲିଆସୁଛନ୍ତି ଏବଂ ଶିଶୁକୁ ଆକ୍ରମଣ କରୁଥିବା ନଜର ଆସୁଛି । ଖାସ୍ କଥା ହେଉଛି କିଛି ଲୋକ ସେଠାରେ ଉପସ୍ଥିତ ଥିବା ଜଣାପଡୁଛି । ତଥାପି ସେମାନେ ଏସବୁ ଦେଖୁଛନ୍ତି । ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ।

prayash

ପିଲାଟି ଛାତ ଉପରେ ଗୁରୁଣ୍ଡୁଥିବା ନଜର ଆସୁଛି । ଏହି ସମୟରେ କିଛି ମାଙ୍କଡ ସେଠାକୁ ଚାଲିଆସୁଛନ୍ତି ଏବଂ ପିଲାକୁ ଆକ୍ରମଣ କରୁଛନ୍ତି । ପିଲାଟି ସେମାନଙ୍କଠୁ ରକ୍ଷା ପାଇବାକୁ ଚେଷ୍ଟା କରୁଛି । ତେବେ ଯଦିଓ ପିଲାଟିର ଅଧିକ କିଛି କ୍ଷତି ହୋଇନି ତଥାପି ଭିଡିଓଟି ସମସ୍ତଙ୍କୁ ଚକିତ କରୁଛି । ଛାତ ଉପରେ କିଛି ଲୋକ ବସିଥିବା ନଜର ଆସୁଛି ତେବେ ସେମାନେ ଏହାକୁ ଅତି ସାଧାରଣ ଭଳି ନେଉଛନ୍ତି ଏବଂ ପିଲାକୁ ସାହାଯ୍ୟ କରିବାକୁ ଆଗେଇ ଆସୁନାହାଁନ୍ତି । ଭିଡିଓରେ ପ୍ରତିକ୍ରିୟା ରଖି ସମସ୍ତେ ସେହି ଲୋକମାନଙ୍କ ଖାମଖିଆଲି ମନୋଭାବ ପାଇଁ ବିରକ୍ତି ପ୍ରକାଶ କରୁଛନ୍ତି । ଭିଡିଓକୁ ୨୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

kalyan agarbati

Comments are closed.