ମୋହନା: ମୋହନାର ଚମ୍ପା ଘାଟିରେ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନ ଓଲଟି ପଡ଼ିଛି ଏବଂ ଏଥିରେ ଥିବା ୨୧ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ଛେଳିଗଡ଼ ହାଇସ୍କୁଲର ଛାତ୍ରମାନେ କ୍ରୀଡ଼ା ଉତ୍ସବରେ ଯୋଗଦେଇ ଫେରିଲାବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଛେଳିଗଡ଼ ହାଇସ୍କୁଲର ଛାତ୍ରଙ୍କୁ ନେଇ ଫେରିଲାବେଳେ ପିକଅପ ଭ୍ୟାନଟି ଓଲଟି ପଡ଼ିଥିଲା। ଫଳରେ ପିକଅପ ଭ୍ୟାନରେ ଥିବା ସମସ୍ତ ୨୧ଜଣ ଛାତ୍ର ଆହତ ହୋଇଥିଲେ। ଛାତ୍ରମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣାୋର ଆହତ ହୋଇଥିବା ୧୪ଜଣ ଛାତ୍ରଙ୍କୁ ଉଦୟଗିରି ଓ ୬ଜଣ ଛାତ୍ର ଚନ୍ଦ୍ରଗିରି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Popular Categories



