www.samajalive.in
Monday, December 8, 2025
17.1 C
Bhubaneswar

ଦିନରେ ୨୦ କୋଟିର ଗଛ କଟା, ରାତିରେ ୧୨ ଲକ୍ଷ ଟଙ୍କାର ଗଞ୍ଜେଇ ଧରା

ମୋହନା: ଗଜପତି ଜିଲ୍ଲାର ମୋହନା, ଅଡବା, ରା.ଉଦୟଗିରି, ନୂଆଗଡ ଆଦି ଦୁର୍ଗମ ଅଞ୍ଚଳର ପାହାଡିଆ ଜଙ୍ଗଲ ପରିବେଷ୍ଟିତ ସ୍ଥାନ ଗୁଡ଼ିକରେ ଚାଲିଛି ନୀଳ ଜହର ଦମନ ଅଭିଯାନ। ଅବକାରୀ, ପୁଲିସ, ବନ ଓ ରାଜସ୍ବ ବିଭାଗର ମିଳିତ ଉଦ୍ୟମରେ ଚାଲିଛି କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ କଟା। ମୋହନା ଥାନା ପକ୍ଷରୁ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ୱାବଧାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଅବକାରୀ ବିଭାଗ ଅଧିକାରୀ ପ୍ରଭାତ ସେଠୀ, ବାଳକୃଷ୍ଣ ପରିଡା, ପ୍ରକାଶ ସାହୁ, ବିଘ୍ନରାଜ ଦାମୀଙ୍କ ସମେତ ରାଜସ୍ବ, ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ବାହାଡାପଦା ମୌଜାର ବିଜିପୁର ନିକଟ ୧୦୦ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛନ୍ତି। ଯାହାର ଆନୁମାନିକ ମୁଲ୍ୟ ୨୦ କୋଟିରୁ ଉର୍ଦ୍ଧ୍ବ ହେବ।

ଅପରପକ୍ଷେ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରି ସନ୍ଧ୍ୟାରେ ଫେରିବା ପରେ ରାତିରେ ପେଟ୍ରୋଲିଙ୍ଗ କରିବା ବେଳେ ସ୍ଥାନୀୟ ଥାନା ଅନ୍ତର୍ଗତ କୁସୁମପୁର ନିକଟରେ ଏକ ଗାଡିକୁ ଅଟକାଇ ଯାଞ୍ଚ କରିବା ବେଳେ ଗାଡି ଡିକିରୁ ୨ଟି ଜରି ଅଖାରେ ଗଞ୍ଜେଇ ଥିବା ପାଇଥିଲେ। ସ୍ଥାନୀୟ ତହସିଲଦାର କିଶୋର ଚନ୍ଦ୍ର ଦାଶଙ୍କ ଉପସ୍ଥିତିରେ ତାହାକୁ ଓଜନ କରିବାରୁ ୧୧୫ କିଲୋ ହୋଇଥିଲା। ଏଥିରେ ସମ୍ପୃକ୍ତ ଥିବା ୨ ଜଣ ମାଫିଆଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଲୁହା ଗୁଡି ପଞ୍ଚାୟତ ଅନ୍ତର୍ଗତ କପାଖାଲ ଗ୍ରାମର ରାଜମୋହନ ଗମାଙ୍ଗ (୨୩) ଓ ଛେଳିଗଡ ଅନ୍ତର୍ଗତ ଘୋଡାପଦର ଗ୍ରାମର ଉଷୟ ମଣ୍ଡଳ(୨୮)। ଏମାନେ ରା.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ବ୍ରହ୍ମପୁର ନେଉଥିବା ବେଳେ ମୋହନା ଥାନା ପୁଲିସ ହାତରେ ଧରା ପଡିଥିଲେ। ଏମାନେ ବ୍ୟବହର କରିଥିବା ଗାଡିକୁ ମଧ୍ୟ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି। ଏନେଇ ମୋହନା ଥାନା କେଶ ନଂ୨୩୮/୨୧ରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଦ୍ଵୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories