www.samajalive.in
Monday, December 8, 2025
27.1 C
Bhubaneswar

ଜଙ୍ଗଲୀ ହାତୀ ଉପଦ୍ରବ: ୩ ଘର ଭାଙ୍ଗିଲେ, ଖାଦ୍ୟଶସ୍ୟ ନଷ୍ଟ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ପଟାଙ୍ଗପଦର ଗାଁରେ ଜଙ୍ଗଲି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏକ ୨୫ ଜଣିଆ ଜଙ୍ଗଲି ହାତୀପଲ ନିକଟସ୍ଥ ମୂଷାନାଳ ଫରେଷ୍ଟ ଅଧିନସ୍ଥ ଦଲମା ବିଟର ଧଡେଲ ଜଙ୍ଗଲ ଠାରୁ ବାହାରି ପଟାଙ୍ଗପଦର ଗାଁକୁ ଆସିଥିଲେ। ଏହି ଗାଁରେ ୯ ଗୋଟି ପରିବାର ସଂରକ୍ଷିତ ଫରେଷ୍ଟ ଅଞ୍ଚଳରେ ଘର କରି ରହିଥିବା ବେଳେ ପ୍ରାୟ ୫୦ ଜଣ ଲୋକେ ବସବାସ କରନ୍ତି।ଗତ ରାତିରେ ଜଙ୍ଗଲୀ ହାତୀର ଭୀଷଣ ଗର୍ଜନ ଶୁଣି ଗାଁ ଲୋକେ ଭୟଭିତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ।

ହାତୀପଲ ପ୍ରଥମେ ଗାଁର ରୁପା ମାଝୀ,ପରେ ସାନ୍ଧା ମାଝୀ ଓ ଡ୍ରିକୁ ମାଝୀଙ୍କ ଘରକୁ ସମ୍ପୁର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ଘରର ଆବାସପତ୍ର ସହିତ ଘରେ ଥିବା ଧାନ, ମାଣ୍ଡିଆ, ଚାଉଳ ଆଦି ଖାଦ୍ୟଶସ୍ୟ ନଷ୍ଟ କରିଦେଇଛନ୍ତି ।ଏହାପରେ ଗାଁ ନିକଟରେ ଥିବା ଗାଁ ଲୋକଙ୍କ ଚାଷ ଜମି ଧାନ, ମାଣ୍ଡିଆ, କୁଢୁଳା, ସୁରିଷ ଚାଷକୁ ନଷ୍ଟ କରିବା ପରେ ନିକଟସ୍ଥ ଅସୁରଗୁଡା ଗାଁର ଦଶରଥ ମାଝୀଙ୍କ ମାଣ୍ଡିଆ, କୁଶଳା ଓ ବିରି ଚାଷକୁ ନଷ୍ଟ କରିଛନ୍ତି। ମୂଷାନାଳ ଫରେଷ୍ଟ ଅଧୀନରେ ଥିବା ଯୋଗୁଁ ହାତୀ ଉପଦ୍ରବ ଖବର ପାଇ ମୂଷାନାଳ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଗାଁ ଲୋକେ କହିଛନ୍ତି। ବର୍ତ୍ତମାନ ଘରଦ୍ୱାର ଭାଙ୍ଗି ଯିବା ପରେ ରୁପା ମାଝୀ,ସାନ୍ଧା ମାଝୀ ଓ ଡ୍ରିକୁ ମାଝୀ ପରିବାର ବେସାହାରା ହୋଇ ପଡିଛନ୍ତି। ଯାହା ଫଳରେ କ୍ଷତିଗ୍ରସ୍ତ ପରିବାର ଲୋକେ ପଡୋଶୀ ଘରେ ଆଶ୍ରୟ ନେଇଛନ୍ତି। ଏହି ୩ଟି ପରିବାର ବର୍ତ୍ତମାନ ବେସାହାରା ହୋଇ ପଡିଛନ୍ତି। ବର୍ତ୍ତମାନ ଏହି ହାତୀପଲ ନିକଟସ୍ଥ ଧଡେଲ ଜଙ୍ଗଲରେ ରହି ଭୀଷଣ ଗର୍ଜ୍ଜନ କରୁଥିବା ବେଳେ ଗାଁ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଏହି ଖବର ପାଇ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ ନିଜ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ହାତୀପଲର ଗତିବିଧି ଉପରେ ନଜର ରଖିବା ସହିତ ଅଞ୍ଚଳରେ ଏଲିଫେଣ୍ଟ ସ୍କୁଆଡ଼କୁ ସଜାଗ ରଖାଯାଇଛି ବୋଲି ପ୍ରକାଶ କରିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories