www.samajalive.in
Thursday, December 11, 2025
18.1 C
Bhubaneswar

ସାଧ୍ବୀ ପ୍ରଜ୍ଞାଙ୍କୁ କ୍ଷମା ଦିଆଯିବ ନାହିଁ: ମୋଦୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋପାଳ ଲୋକସଭା ଆସରୁ ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ଠାକୁର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡ୍‌ସେଙ୍କୁ ଦେଶଭକ୍ତ କହି ବିବାଦରେ ପଡ଼ିଛନ୍ତି। ତାଙ୍କର ଏହି ମନ୍ତବ୍ୟ ଦଳ ପାଇଁ ମଧ୍ୟ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ତେଣୁ ବିଜେପି ବର୍ତ୍ତମାନ ଭାବମୂର୍ତ୍ତି ସଜାଡିବାକୁ ପ୍ରୟାସ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧ୍ବୀ ପ୍ରଜ୍ଞାଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି। ସାଧ୍ବୀ ପ୍ରଜ୍ଞା ଏପରି ମନ୍ତବ୍ୟ ଦେଇ ଗାନ୍ଧିଜୀଙ୍କୁ ଅସମ୍ମାନ କରିଥିବାରୁ ତାଙ୍କୁ କ୍ଷମା ଦିଆଯିବ ନାହିଁ ବୋଲି ମୋଦୀ କହିଛନ୍ତି। ପ୍ରଜ୍ଞାଙ୍କୁ ନିଶ୍ଚିତ ଭାବେ ଦଣ୍ଡିତ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ନାଥୁରାମଙ୍କୁ ପ୍ରଶଂସା କରି ମନ୍ତବ୍ୟ ଦେଇଥିବା ଦଳର ୨ ନେତା ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡେ ଓ ନଳୀନ କୁମାର କାଟୀଲଙ୍କ ସହିତ ପ୍ରଜ୍ଞାଙ୍କୁ ଦଳର ଅଧ୍ୟକ୍ଷ ଅମିତ ଶାହା ଜବାବ ମାଗିଛନ୍ତି। ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ତାହାର କାରଣ ଦର୍ଶାଇବାକୁ ଶାହା ନିର୍ଦେଶ ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ନିକଟରେ ଅନୀଲ ସୌମିତ୍ର, ନଳୀନ କୁମାର କାଟିଲ ଏବଂ ସାଧ୍ଵୀ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ କେତେଜଣ ବିଜେପି ନେତା ଗୋଡ୍‌ସେଙ୍କୁ ପ୍ରଶଂସା କରିବା ସହ ଗାନ୍ଧିଜୀଙ୍କୁ ନିନ୍ଦା କରି ମନ୍ତବ୍ୟ ଦେଇଥିଲେ। ମଧ୍ୟପ୍ରଦେଶର ବିଜେପି ମିଡିଆ ସେଲ୍‌ ମୁଖ୍ୟ ସୌମିତ୍ର ଶୁକ୍ରବାର ଫେସବୁକରେ ଏକ ପୋଷ୍ଟ କରି ଲେଖିଥିଲେ ଯେ, ମହାତ୍ମା ଗାନ୍ଧୀ ପାକିସ୍ତାନର ଜନକ। ତାଙ୍କ ଭଳି କୋଟି କୋଟି ଲୋକ ଭାରତରେ ଜନ୍ମ ନେଇଛନ୍ତି। ସୌମିତ୍ରଙ୍କ ଏହି ମନ୍ତବ୍ୟ ପରେ ବିଜେପି ତାଙ୍କୁ ଦଳରୁ ନିଲମ୍ବନ କରିଥିବାବେଳେ କାରଣ ଦର୍ଶାଅ ନୋଟିସ ଜାରି କରି ୭ଦିନ ମଧ୍ୟରେ ବିବାଦୀୟ ପୋଷ୍ଟ ସମ୍ପର୍କରେ ଉତ୍ତର ଦେବାକୁ କହିଛି।

ସେହିପରି କର୍ନାଟକର ବିଜେପି ଏମପି କାଟିଲ ମଧ୍ୟ ଅନୁରୂପ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ ଟ୍ବିଟ୍‌ କରି ଗୋଡ୍‌ସେଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସହ ତୁଳନା କରିଥିଲେ। ସେ ଲେଖିଥିଲେ, ‘ଗୋଡ୍‌ସେ ଜଣଙ୍କୁ ହତ୍ୟା କଲେ, କସାବ ୭୨ ଜଣଙ୍କୁ ଏବଂ ରାଜୀବ ଗାନ୍ଧୀ ୧୭୦୦୦ ଜଣଙ୍କୁ ହତ୍ୟା କଲେ। ଆପଣମାନେ କୁହନ୍ତୁ କିଏ ସବୁଠାରୁ ଅଧିକ ନିର୍ଦ୍ଦୟ।’

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories