www.samajalive.in
Thursday, December 11, 2025
14.1 C
Bhubaneswar

ଆତ୍ମ ନିର୍ଭର ଭାରତ ବଜେଟ: ମୋଦୀ

ସଂସଦରେ ଉପସ୍ଥାପିତ ସାଧାରଣ ବଜେଟ ୨୦୨୨-୨୩କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିବା ସହିତ ଏହାକୁ ଆତ୍ମନିର୍ଭର ଭାରତ ବଜେଟ୍ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ବଜେଟ୍ ପ୍ରତ୍ୟେକ କ୍ଷେତ୍ରର ଲୋକଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି। ଏହି ବଜେଟ୍‌ ଦେଶର ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବା ସହିତ ବିକାଶର ନୂଆ ଅବସର ଆଣିଦେଇଛି। ବଜେଟ୍‌ରେ ଅଧିକ ପୁଞ୍ଜିନିବେଶ,ଅଧିକ ଭିତ୍ତିଭୂମି ବିକାଶ, ଅଧିକ ବିକାଶ ଓ ଅଧିକ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିଛି। ଏହା ତତ୍କାଳୀନ ଆବଶ୍ୟକତାକୁ ପୂରଣ କରିବା ସହିତ ଯୁବ ସମାଜର ଭବିଷ୍ୟତ ନିର୍ମାଣକୁ ସୁନିଶ୍ଚିତ କରିଛି। ବଜେଟକୁ ନେଇ ଯେଉଁସବୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି ତାହା ଜନତାଙ୍କ ସେବା କରିବା ଲାଗି ଆମର ଉତ୍ସାହକୁ ବୃଦ୍ଧି କରିଛି ବୋଲି

ପ୍ରଧାନମନ୍ତ୍ରୀ କହିଛନ୍ତି। ବଜେଟ୍‌ରେ ସବୁଜ ବିଶ୍ବ ତିଆରିର କଳ୍ପନା କରାଯାଇଛି। ସେହିପରି ଡିଜିଟାଲ ଭାରତ ଗଠନ ନିମନ୍ତେ ଡିଜିଟାଲ ମୁଦ୍ରା ପ୍ରଚଳନ, ୫ଜି ଟେଲିକମ୍ ସେବା, ବନ୍ଦେ ଭାରତ ଏକ୍ସପ୍ରେସ, କିଷାନ ଡ୍ରୋନ, ନ୍ୟାସନାଲ ହେଲଥ ଇକୋ ସିଷ୍ଟମର ପ୍ରଚଳନ ବ୍ୟବସ୍ଥା କରାଯାଇଛି। ଏହାର ଲାଭ ଗରିବ, ଦଳିତ,
ମଧ୍ୟମ, ଅବହେଳିତ ଓ ନିଷ୍ପେଷିତ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବ। ଦେଶର ପ୍ରତ୍ୟେକ ଲୋକଙ୍କ ପାଖରେ ପକ୍କା ଘର, ପାଇପ ପାଣି, ଗ୍ୟାସ, ବ୍ୟାଙ୍କ ସୁବିଧା ପହଞ୍ଚାଇବା ଲାଗି ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ଦେଶରେ ପର୍ବତମାଳ ଯୋଜନା କରାଯାଇଛି। ଏହି ଯୋଜନାରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ-କାଶ୍ମୀର ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ପାହାଡଗୁଡିକରେ ଅତ୍ୟାଧୁନିକ ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା କରାଯିବ। ଏହା ସୀମାନ୍ତ ଗାଁ ଗୁଡିକୁ ଶକ୍ତି ଯୋଗାଇବ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories