www.samajalive.in
Monday, December 8, 2025
24.1 C
Bhubaneswar

ମୋଦୀ ବନାମ ନବୀନ ଟ୍ୱିଟର ୱାର

କଟକ: ଝାରସୁଗୁଡ଼ା ବିମାନ ବନ୍ଦର ଓ ତାଳଚେର ସାର କାରଖାନାର ଶିଳାନ୍ୟାସ ଉତ୍ସବ ଅବସରରେ ମଞ୍ଚାସୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ କିଏ ରାଜ୍ୟ ପାଇଁ କ’ଣ କରିଛି ଏହାକୁ ନେଇ ପ୍ରତିଯୋଗିତା ଦୃଶ୍ୟମାନ ହୋଇଥିଲା। ଝାରସୁଗୁଡ଼ା ବିମାନବନ୍ଦର ମୋଦୀ ସରକାର କରିଛନ୍ତି ବୋଲି ବିଜେପି ପ୍ରଚାର କରୁଥିବାବେଳେ ନବୀନ ପଟ୍ଟନାୟକ ଏହି ବିମାନବନ୍ଦର ନିର୍ମାଣ ପାଇଁ ମାଗଣାରେ ୧୨୦ଏକର ଜମି ପ୍ରଦାନ କରିବା ସହ ୭୫କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ରାଜ୍ୟର ବିକାଶ ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଦୃଷ୍ଟିରେ କୋଇଲା ଖନନ ରାଜସ୍ୱ ବୃଦ୍ଧି ପାଇଁ ନବୀନ ଦାବି ଉପସ୍ଥାପନ କରିଥିଲେ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରାଜ୍ୟ ସରକାର ଯଦି ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ତେବେ ପଶ୍ଚିମଓଡ଼ିଶା ପରି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ପାଇଁ ଏତେ ଦିନ ବିଳମ୍ବ କାହିଁକି କଲେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ରାଜ୍ୟର ୭୦ପ୍ରତିଶତ ବିକାଶ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ଉପସ୍ଥାପନ କରିଛନ୍ତି। ସେହିପରି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ପ୍ରଦାନ କରୁଥିବା ୧ଟଙ୍କିଆ ଚାଉଳର ରହସ୍ୟ ପେଡ଼ି ଖୋଲିଛନ୍ତି ପ୍ରଧାନମନ୍ତ୍ରୀ। କେନ୍ଦ୍ର ସରକାର ରାଜ୍ୟକୁ ପ୍ରତି କିଲୋ ପିଛା ଚାଉଳ ପାଇଁ ୨୫ରୁ ୩୦ଟଙ୍କା ପ୍ରଦାନ କରୁଛନ୍ତି। ଏଥିପାଇଁ ପ୍ରତିବର୍ଷ ୪୫୦କୋଟି ଟଙ୍କା କେନ୍ଦ୍ର ରାଜ୍ୟକୁ ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ପ୍ରକାଶ କରିଥିଲେ। ସେହିପରି ପୂର୍ବରୁ କେନ୍ଦ୍ର ସରକାର ୧୦ବର୍ଷ ମଧ୍ୟରେ ୭ଲକ୍ଷ ଗୃହ ନିର୍ମାଣ ପାଇଁ ବ୍ୟୟ ବରାଦ କରିଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪ବର୍ଷ ମଧ୍ୟରେ ୧୦ଲକ୍ଷ ଗୃହ ନିର୍ମାଣ କରିବାକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ୨୦୨୨ସୁଦ୍ଧା ରାଜ୍ୟରେ କେହିଁ ବାସହରା ରହିବେ ନାହିଁ ବୋଲି ମୋଦୀ ଦୃଢୋକ୍ତି ପ୍ରକାଶ କରିଥିଲେ। ଦେଶରେ ମୋଦୀ ସରକାର ଆସିବା ପରେ ଏହି କ୍ଷେତ୍ରରେ ୪୦ପ୍ରତିଶତ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।
ମୋଦୀଙ୍କ ଆକ୍ରମଣାତ୍ମକ ଭାଷଣ ବିଜେଡି ଓ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ଅସ୍ୱସ୍ତିକର ପରିବେଶ ସୃଷ୍ଟି କରିଛି। ଫଳରେ ଭୁବନେଶ୍ୱର ଫେରି ମୋଦୀଙ୍କ ଆରୋପର ପ୍ରତ୍ୟାରୋପ ରଖିବା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ବିଜେଡି ସୁପ୍ରିମୋ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories