www.samajalive.in
Sunday, December 7, 2025
15.1 C
Bhubaneswar

ବଡ଼ଦିନ ବିଶେଷ ; ମିଲ୍କ କେକ

ଆବଶ୍ୟକ ସାମଗ୍ରୀ
ମଇଦା – ଆବଶ୍ୟକ ଅନୁଯାୟୀ
କ୍ଷୀର – ଆବଶ୍ୟକ ଅନୁଯାୟୀ
ବେକିଙ୍ଗ ପାଉଡ଼ର – ଅଳ୍ପ
କ୍ଷୀର ସର – ଆବଶ୍ୟକ ପରିମାଣରେ
ଅଣ୍ଡା – ୨ଟି
ଚିନିଗୁଣ୍ଡ – ଆବଶ୍ୟକ ପରିମାଣରେ
କାଜୁ – ଅଳ୍ପ
ଆଲମଣ୍ଡ – ଅଳ୍ପ
ବଟର – ଆବଶ୍ୟକ ପରିମାଣରେ
ଚେରୀ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତୀ ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ମଇଦା, ବେକିଙ୍ଗ ପାଉଡ଼ର, ଅଳ୍ପ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଅଣ୍ଡାକୁ ଭଲ ଭାବେ ଫେଣ୍ଟି ପକାଇ ଗୋଳାନ୍ତୁ। ଅଣ୍ଡା ପକାଇବା ପରେ କ୍ଷୀର, କ୍ଷୀର ସର ଓ ଚିନି, ବଟର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଓଭନର ପ୍ୟାନରେ ବଟର ଲଗାନ୍ତୁ ଓ କେକ ପାଇଁ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ପ୍ୟାନରେ ଢାଳନ୍ତୁ। ଏହି ମିଶ୍ରଣକୁ ବେକିଙ୍ଗ ପ୍ୟାନରେ ଢାଳିବା ପରେ ଏହା ଉପରେ କଟା କାଜୁ, ଆଲମଣ୍ଡ, ଚେରି କୁ ପକାଇ ଏହାକୁ ଓଭନରେ ୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ୩୦ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି ଛୁରୀ ଦ୍ୱାରା ସୁନ୍ଦର ଭାବେ କାଟି ଦିଅନ୍ତୁ। ଏହା ପରେ ଖାଆନ୍ତୁ ସ୍ୱାଦିଷ୍ଟ କେକ।
( ଓଭନ ନଥିଲେ କୁକର ମଧ୍ୟରେ ଏକ ପାତ୍ର ରଖି କେକ ପାଇଁ ପ୍ରସ୍ତୁତ ମିଶ୍ରଣକୁ ସେହି ପାତ୍ରରେ ଢାଳି ମଧ୍ୟ ପ୍ରସ୍ତୁତ କରି ହେବ। କେକ ପ୍ରସ୍ତୁତ କରିବା ସମୟରେ କୁକର ର ସିଟି କାଢି ଦେବେ। କୁକରରେ ମଧ୍ୟରେ ୩୦ ମିନିଟ ମଧ୍ୟରେ ପ୍ରସ୍ତୁତ ହୋଇଯିବ। )

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories