www.samajalive.in
Sunday, December 7, 2025
14.1 C
Bhubaneswar

ପାକିସ୍ତାନରେ ମାଇକ୍ରୋସଫ୍ଟର କାରବାର ବନ୍ଦ

ନୂଆଦିଲ୍ଲୀ: ବିଶ୍ବର ପ୍ରମୁଖ ସଫ୍ଟୱେର କମ୍ପାନୀ ମାଇକ୍ରୋସଫ୍ଟ ପାକିସ୍ତାନରେ ଏହାର କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଛି। ମାଇକ୍ରୋସଫ୍ଟ ଦୀର୍ଘ ୨୫ ବର୍ଷ ହେଲା ପାକିସ୍ତାନର ଏହାର ବ୍ୟାବସାୟିକ କାର୍ଯ୍ୟ ଚଳାଇ ଆସୁଥିଲା। ଗତ କିଛି ବର୍ଷ ହେଲା କମ୍ପାନୀ ପାକିସ୍ତାନରୁ ଏହାର ବ୍ୟବସାୟ ଧୀରେ ଧୀରେ ବନ୍ଦ କରିବାରେ ଲାଗିଥିଲା। ଶୁକ୍ରବାର କମ୍ପାନୀ ଏହାର କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ତେବେ ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ। ମାତ୍ର କମ୍ପାନୀ ପାକିସ୍ତାନରେ ଏହାର କାରବାର ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ସମ୍ପର୍କରେ ଲିଙ୍କଡ୍ ଇନ୍‌ରେ ମାଇକ୍ରୋସଫ୍ଟର ପାକିସ୍ତାନ ମୁଖ୍ୟ ଜୱାଦ ରେହମାନ ଘୋଷଣା କରିଛନ୍ତି। ପାକିସ୍ତାନରେ ଏବେ ମାଇକ୍ରୋସଫ୍ଟର ଏକମାତ୍ର ଲିଆସନ ଅଫିସ ରହିଛି ଯେଉଁଠାରେ ମାତ୍ର ୫ଜଣ କର୍ମଚାରୀ କାମ କରୁଛନ୍ତି। ପାକିସ୍ତାନରେ କାରବାର ବନ୍ଦ କରିବା ପଛର କାରଣ ହେଉଛି କମ୍ପାନୀ ଏହାର କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଦ୍ବିତୀୟ କାରଣ ହେଉଛି ପାକିସ୍ତାନର ଅସ୍ଥିର ଅର୍ଥନୀତି ଓ ବାରମ୍ବାର ରାଜନୈତିକ କ୍ଷମତା ପରିବର୍ତ୍ତନ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories