www.samajalive.in
Sunday, December 14, 2025
14.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ‘ଏମ୍‍ଆଇ ଏ-୨’

ନୂଆଦିଲ୍ଲୀ : ବୁଧବାର ଭାରତୀୟ ବଜାରରେ ପ୍ରବେଶ କରିଛି ଜିଓମିର ନୂଆ ସ୍ମାର୍ଟଫୋନ୍‍ ‘ଏମ୍‍ଆଇ ଏ-୨’। ଅଗଷ୍ଟ ୯ ଦିନ ୧୨ଟାରୁ ଆମାଜନ୍‍ରେ ଏହି ଫୋନ୍‍ ପାଇଁ ବରାଦ ବା ପ୍ରି-ଅର୍ଡର ଆରମ୍ଭ ହୋଇଛି। ଏହି ଫୋନ୍‍ ସୁନେଲୀ, କଳା, ନୀଳ ରଙ୍ଗରେ ଉପଲବ୍ଧ ରହିଛି। ଏହି ଫୋନ୍‍ ସହ ଆପଣ ଏକ ପଛ କଭର ମାଗଣାରେ ପାଇପାରିବେ। ଏହା ହେଉଛି ଏମ୍‍ଆଇ ଏ-୧ର ଅପଗ୍ରେଡ ଭର୍ସନ।
ଏଥିରେ ୫.୬୬ ଇଞ୍ଚ୍‍ ଡିସ୍‍ପ୍ଲେ, ରିଜୋଲ୍ୟୁସନ୍‍ ୧୦୮୦/୨୧୬୦ ପିକ୍ସେଲ୍‍ ଏବଂ ୧୮:୯ ଆସପେକ୍ଟ ରେସିୟୋ ରହିଛି। ଡିସପ୍ଲେ ଉପରେ ଗରିଲା ଗ୍ଲାସ୍‍-୫ର ପ୍ରୋଟେକ୍ସନ୍‍ ଦିଆଯାଇଛି। ଏହାସହ ଫୋନ୍‍ରେ ଅକ୍ଟାକୋର ସ୍ନାପଡ୍ରାଗନ୍‍ ୬୬୦ ପ୍ରେସେସର, ୪ଜିବି ରାମ୍‍ ଏବଂ ୬୪ଜିବିର ଷ୍ଟୋରେଜ୍‍ ରହିଛି। ଖୁବଶୀଘ୍ର ଏହି ଫୋନ୍‍ ୬ ଜିବି ରାମ୍‍ ଏବଂ ୧୨୮ ଜିବି ଷ୍ଟୋରେଜ୍‍ରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଆଗପଟ କ୍ୟାମେରା ୨୦ ମେଗାପିକ୍ସେଲ ଏବଂ ୧୨+୧୨ ମେଗାପିକ୍ସେଲର ରିୟର କ୍ୟାମେରା ରହିଛି। ଦୁଇଟି କ୍ୟାମେରାରେ ଫ୍ଲାସଲାଇଟ୍‍ ସୁବିଧା ରହିଛି। ଏହି ଫୋନ୍‍ ସହିତ ଆପଣ ବ୍ୟାକ୍‍ କଭର ମାଗଣାରେ ପାଇପାରିବେ। ଫୋନ୍‍ ସହିତ ବ୍ଲୁ୍ଲୁଟୁଥ ୫.୦ ମିଳିବ। ଏଥିିରେ ଆଣ୍ଡ୍ରଏଡ୍‍ ୱାନ୍‍ ରହିଛି। ଫୋନ୍‍ରେ ଟିପଚିହ୍ନ ସେନସର୍‍ ଏବଂ ୩୦୧୦ଏମ୍‍ଏଚ୍‍ ର ବ୍ୟାଟେରୀ ଦିଆଯାଇଛି। କ୍ୟାମେରାରେ ବିକଳ୍ପ ଲେନ୍ସର ବ୍ୟବସ୍ଥା ରହିଛି। ଫଟୋ ଉଠାଇବା ସମୟରେ ଦୁଇଟି ଲେନ୍ସ ମଧ୍ୟରୁ ଆପଣ ଯେକୌଣସି ଗୋଟିଏ ଲେନ୍ସକୁ ବ୍ୟବହାର କରି ଫଟୋ ଉଠାଇ ପାରିବେ। ଏମ୍‍ଆଇ ଏ-୨ର ୪ଜିବି ରାମ୍‍ ଏବଂ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୬,୯୯୯ଟଙ୍କା। ଏହାର ୬ଜିବି ରାମ୍‍ ଏବଂ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ବାବଦରେ ଏବେ କୌଣସି ସୂଚନା ଦିଆଯାଇ ନାହିଁ। ଫୋନ୍‍ରେ ଜିଓ ତରଫରୁ ୨,୨୦୦ଟଙ୍କାର କ୍ୟାସବ୍ୟାକ୍‍ ଏବଂ ୪.୫ଟିବି ଡାଟା ଅଫର ଦିଆଯାଇଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories