ସ୍ଥାନ ସଂରକ୍ଷଣ ନେଇ ରାଜ୍ୟପାଳଙ୍କୁ ଦାବି ଜଣାଇଲା ଓବିସି ସଂଘ

ଭୁବନେଶ୍ବର: ଶନିବାର ରାଜ୍ୟପାଳ ରଘୁବାର ଦାସଙ୍କୁ ଓବିସି ସଂଘର କର୍ମକର୍ତ୍ତା ସାକ୍ଷାତ କରିଛନ୍ତି। ସଂଘର କର୍ମକର୍ତ୍ତାମାନେ ରାଜ୍ୟପାଳ ରଘୁବର ଦାସଙ୍କ ସହ ସ୍ଥାନ ସଂରକ୍ଷଣ ନେଇ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ସ୍ଥାନ ସଂରକ୍ଷଣ ନେଇ ଓବିସି କର୍ମକର୍ତ୍ତା ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ଓବିସି କର୍ମକର୍ତ୍ତାଙ୍କ ଦାବିପତ୍ର ଗ୍ରହଣ କରିବା ସହିତ ଏ ସଂକ୍ରାନ୍ତରେ ଆଲୋଚନା ପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.