www.samajalive.in
Tuesday, December 9, 2025
15.1 C
Bhubaneswar

ଓଡ଼ିଆ ଲେଖକୀୟ ଆଳାପ ପର୍ବ ପକ୍ଷରୁ ମେହେର ଜୟନ୍ତୀ ଆଭାସୀ ସଭା

ପବିତ୍ର ଶ୍ରାବଣ ପୂର୍ଣ୍ଣମୀ ହେଉଛି ସ୍ଵଭାଵକବି ଗଙ୍ଗାଧର ମେହେରଙ୍କ ଜନ୍ମଦିନ। ‘ଓଡ଼ିଆ ଲେଖକୀୟ ଆଳାପ ପର୍ବ’ ପକ୍ଷରୁ ଏହି ଅବସରରେ ସ୍ଵଭାଵ କବିଙ୍କ ୧୫୯ତମ ଜୟନ୍ତୀ ଆଭାସୀ ସଭା ମାଧ୍ୟମରେ ପାଳନ କରାଯାଇଛି। ପ୍ରଫେସର ଡଃ ଭୁବନାନନ୍ଦ ସାହୁଙ୍କ ସଂଯୋଜନାରେ ଆଲୋଚନା ପର୍ବ ‘ସ୍ୱାଭାବିକାବି ଗଙ୍ଗାଧର ମେହେର: ଓଡ଼ିଆ ଅସ୍ମିତାର ପରିଚୟ’ ଶୀର୍ଷକରେ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଗବେଷକ ପ୍ରଫେସର ଦେବେନ୍ଦ୍ର କୁମାର ଦାଶ ପ୍ରସଙ୍ଗ ଭିତ୍ତିକ ଆଲୋଚନା କରି ପଶ୍ଚିମ ଓଡିଶା ଓ ପୂର୍ବ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ତାଙ୍କ କାବ୍ୟରେ ପ୍ରତିଫଳିତ କରି ଓଡ଼ିଆ ଅସ୍ମିତାର ସୁନ୍ଦର ପରିଚୟ ରଖି ଯାଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଓଡ଼ିଶାର ଜୀବନ ରେଖା ମହାନଦୀ ପରି ତାଙ୍କ ସାହିତ୍ୟ ପ୍ରାଚ୍ୟ-ପାଶ୍ଚାତ୍ୟର ମିଳନ କରିଥିଲା – ଏହା ଥିଲା ପ୍ରଫେସର ଦାଶଙ୍କ ଅଭିମତ।

ଗବେଷକ ଡଃ ସୁବାସ ମିଶ୍ର ମେହେର ସାହିତ୍ୟର ନୈତିକ ମୂଲ୍ୟବୋଧ ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରିଶେଷରେ ଅନୁଷ୍ଠିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଡଃ ଏକାଦଶୀ ପ୍ରଧାନ, କବି ନଗେନ୍ଦ୍ର ରାଉତ, କବି ବିଷ୍ଣୁ ଚରଣ ମିଶ୍ର, ଲେଖିକା ଶ୍ରୀମତୀ ଗୋଲାପୀ ନନ୍ଦ, ପ୍ରମୋଦ ଶରଣ, ଅଞ୍ଜନା ମହାପାତ୍ର ଓ କୈଳାଶ ଚନ୍ଦ୍ର ବେହେରା ଅଂଶ ଗ୍ରହଣ କରିଥିଲେ। ନାଟ୍ୟକାର ଅଭୟ ଦାସ, ଡଃ ଅଜିତ ମହାପାତ୍ର, ଡଃ ଅଜୟ ମିଶ୍ର, ଡଃ ସୁଷମା ରାଣୀ କର, ସରୋଜ କୁମାର ମହାନ୍ତି, ସୁଶାନ୍ତ କୁମାର ମାହାଳୀ, ଡଃ ତରୁଲତା ଦେବୀ, ଡଃ ନକୁଳ ମେହେର, ଡଃ ସୁରଞ୍ଜନ ଲେଙ୍କା, ଅଧ୍ୟାପିକା ଦେବକୀରାଣୀ ବେହେରା, ପୁଷ୍ପଲତା ବେହେରା, ବାସନ୍ତୀ ତିଆଡ଼ୀ, ଅଧ୍ୟାପକ ତପନ କୁମାର ପତି, କବି ଗୌତମ ଜେନା, ଶିଶୁ ସାହିତ୍ୟିକ ପ୍ରଫୁଲ୍ଲ ସାହୁ, ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ, ଡଃ ଅଶୋକ ରାଉତ, ନାଟ୍ୟକାର ପୁରୁଷୋତ୍ତମ ମିଶ୍ର, ଇଂ ଅମରେନ୍ଦ୍ର ମହାନ୍ତି, କବି ରାଜକିଶୋର ମୁଣ୍ଡି ପ୍ରମୁଖ ଓଡ଼ିଶାର ଅର୍ଦ୍ଧ ଶତାଧିକ ସାହିତ୍ୟିକ ଓ ଗବେଷକ ଯୋଗ ଦେଇଥିଲେ। ନାଟ୍ୟକାର ଭାବଗ୍ରାହୀ ଦାଶ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଭୂପେନ ଚାଟ୍ଟାର୍ଜୀ ଓ ଅରୁଣ କୁମାର ବାରିକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories