www.samajalive.in
Tuesday, December 9, 2025
16.1 C
Bhubaneswar

ଘରର ମୁଖ୍ୟ ଦ୍ୱାରରେ କଦାପି ଲଗାନ୍ତୁ ନାହିଁ ଦର୍ପଣ

ଅଧିକ ଧନ ରୋଜଗାର କରିବା ସର୍ତ୍ତେ ଅନେକ ସମୟରେ ଘରେ ଧନର ଅଭାବ ଦେଖାଦେଇଥାଏ। ଏଭଳି ଘଟଣା ବହୁବାର ଦେଖିବାକୁ ମିଳିଥାଏ। ବାସ୍ତୁ ଜନିତ ସମସ୍ୟା କାରଣରୁ ଟଙ୍କାପଇସାର ଅଭାବ ହୋଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ନିକଟରେ ଥିବା କେତେକ ଜିନିଷ କାରଣରୁ ଏହି ବାସ୍ତୁଦୋଷ ସୃଷ୍ଟି ହୋଇଥାଏ। ଯେଉଁ କାରଣରୁ ପରିବାରର ସଦସ୍ୟଙ୍କ ଶରୀର ରୋଗଗ୍ରସ୍ତ,ମାନସିକ ଚିନ୍ତା, ଆର୍ଥିକ ସମସ୍ୟା, ସଦସ୍ୟଙ୍କ ମଧ୍ୟରେ ମତଭେଦ ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ କେଉଁ କାରଣରୁ ଏହି ସମସ୍ୟା ସୃଷ୍ଟି ହୁଏ
ବୁଢୀଆଣି ଜାଲ –ଘରେ ଯେପରି ବୁଢୀଆଣି ଜାଲ ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଘରେ ବୁଢୀଆଣି ଜାଲ ରହିଲେ ପରିବାରରେ ଚିନ୍ତା ଓ ଦୁଃଖ ଲାଗି ରହେ।
ଭଙ୍ଗା କାଚ – ଘରେ ଭଙ୍ଗା ଦର୍ପଣ ଓ ଭଙ୍ଗା କାଚ ରଖିବା ଅନୁଚିତ। ଏହା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଆର୍ଥିକ ସମସ୍ୟା ଲାଗି ରହେ।
ଘରର ମୁଖ୍ୟ ଦ୍ୱାରରେ କଦାପି ଦର୍ପଣ ଲଗାନ୍ତୁ ନାହିଁ।
ଘରେ ଥିବା କଳରୁ ଯଦି ସର୍ବଦା ପାଣି ଟପଟପ ପଡ଼ୁଥାଏ, ତେବେ ଘରେ ରହୁଥିବା ସଦସ୍ୟ ଚିନ୍ତାଗ୍ରସ୍ତ ରହିବା ସହ ଟଙ୍କାପଇସା ଅଭାବ ଲାଗି ରହେ।
ଘରର ଛାତ ଉପରେ ପାତ୍ରରେ ଜଳ ଓ କିଛି ଚାଉଳ ରଖନ୍ତୁ। ଏପରି କରିବା ଦ୍ୱାରା ପକ୍ଷୀମାନଙ୍କୁ ଭୋଜନ ଓ ଶୋଷ ନିବାରଣ ପାଇଁ ଜଳ ମିଳିପାରିବ। ବାସ୍ତୁ ଅନୁଯାୟୀ ପକ୍ଷୀମାନେ ନିଜ ସହ ସକରାତ୍ମକ ଶକ୍ତି ଆଣିଥାଆନ୍ତି। ଯାଦ୍ୱାରା ଧନ ଓ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ। ଗୃହରେ ସର୍ବଦା ଶାନ୍ତିର ବାତାବରଣ ରହିଥାଏ।
ସର୍ବଦା ଘରେ କଳହ ନକରିବାକୁ ଚେଷ୍ଟା କରନ୍ତୁ। ଘରକୁ ସର୍ବଦା ସଫାସୁତୁରା ରଖନ୍ତୁ।
ରାତ୍ର ସମୟରେ ମଧ୍ୟ ଗୃହର ମୁଖ୍ୟ ଦରଜାକୁ ଅନ୍ଧକାର ନରଖି ସେଠାରେ ଆଲୋକର ବ୍ୟବସ୍ଥା ରଖନ୍ତୁ।
ସ୍ନାନ ପରେ ନିୟମିତ ଭଗବାନ ସୂର୍ୟ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ।
ସକାଳ ଓ ସନ୍ଧ୍ୟା ସମୟରେ ପ୍ରତିଦିନ ଭଗବାନଙ୍କ ସମ୍ମୁଖରେ ବସି ପ୍ରାର୍ଥନା କରନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories