www.samajalive.in
Sunday, December 7, 2025
15.1 C
Bhubaneswar

ସୁପ୍ରିମକୋର୍ଟ: ବେଆଇନ କୋଇଲା ଖନନ ମାମଲାରେ ମେଘାଳୟ ସରକାରଙ୍କୁ ୧୦୦ କୋଟି ଜୋରିମାନା

ନୂଆଦିଲ୍ଲୀ : ବେଆଇନ କୋଇଲା ଖନନ ମାମଲାରେ ସୁପ୍ରିମକୋର୍ଟ ବୁଧବାର ମେଘାଳୟ ସରକାରଙ୍କୁ ୧୦୦ କୋଟି ଟଙ୍କାର ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜାତୀୟ ସବୁଜ ଟ୍ରାଇବୁନାଲ (ଏନଜିଟି) ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବେଆଇନ କୋଇଲା ଖନନ ଉପରେ ରୋକ ଲଗାଇଥିଲେ ମଧ୍ୟ ମେଘାଳୟରେ ଅବୈଧ କୋଇଲା ଖନନ ଚାଲିଥିଲା। ବେଆଇନ କୋଇଲା ଖନନ ବନ୍ଦ କରିବାରେ ବିଫଳ ହୋଇଥିବାରୁ ମେଘାଳୟ ସରକାରଙ୍କୁ ଏହି ଜୋରିମାନା କରାଯାଇଛି।
ଜଷ୍ଟିସ୍‍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‍ କେମ ଜୋସେଫ ପୀଠ ବେଆଇନ କୋଇଲାକୁ କୋଲ ଇଣ୍ଡିଆ (ସିଆଇଏଲ)କୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। କୋଲ ଇଣ୍ଡିଆ ଏହି କୋଇଲାର ନିଲାମ କରି ରାଜ୍ୟ ସରକାରଙ୍କ ପାଣ୍ଠିରେ ଅର୍ଥ ଜମା କରିବ ବୋଲି ପୀଠ କହିଛନ୍ତି। ରାଜ୍ୟ ରସକାରଙ୍କୁ ଏବେ ବ୍ୟକ୍ତିଗତ ଏବଂ ସର୍ବସାଧାରଣ ଜମିରେ ଖନନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅନୁମତି ନେବାକୁ ପଡ଼ିବ। ଏହା ପୂର୍ବରୁ ଏନଜିଟି ଜାନୁଆରୀ ୪ରେ ମେଘାଳୟ ସରକାରଙ୍କ ଉପରେ ଜୋରିମାନା ଲଗାଇଥିଲା। ରାଜ୍ୟରେ ବହୁ କୋଟି ଟଙ୍କାର ଅବୈଧ କୋଇଲା ଖନନ ଚାଲିଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ଗୁଆହାଟି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିପି କାକୋଟିଙ୍କ ନେତୃତ୍ୱାଧୀନ ୩ ସଦସ୍ୟା ବିଶିଷ୍ଟ କମିନି ନିଜ ରିପୋର୍ଟରେ କହିଥିଲେ ଯେ ମେଘାଳୟରେ ପାଖାପାଖି ୨୪,୦୦୦ କୋଇଲା ଖାଦନ ରହିଛି। ଏହା ମଧ୍ୟରୁ ଅଧିକାଂଶ ଖାଦାନ ବେଆଇନ ଭାବେ ଚାଲିଛି। ସେମାନଙ୍କ ନିକଟରେ ଲାଇସେନ୍ସ ନାହିଁ ଓ ସେମାନେ ପରିବେଶ ପାଇଁ ମଞ୍ଜୁରୀ ନେଇନାହାନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories