www.samajalive.in
Wednesday, December 10, 2025
26.1 C
Bhubaneswar

ହଙ୍ଗର ପ୍ରକଳ୍ପ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ କର୍ମଶାଳା

ପାଟଣା : ନୂଆଦିଲ୍ଲୀ ସ୍ଥିତ ହଙ୍ଗର ପ୍ରକଳ୍ପ ପକ୍ଷରୁ କେନ୍ଦୁଝର ଜିଲ୍ଲା ଶାଖାଙ୍କ ସହଯୋଗରେ ଆଜି ପାଟଣା ବ୍ଲକ ସଭାଗୃହରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ହଙ୍ଗର ପ୍ରକଳ୍ପର ପାଟଣା ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତ ଓ ଘଟଗାଁ ବ୍ଲକ ସଂଯୋଜକ ସୁନିତା ପିଲାଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାକୁ ମୁଖ୍ୟ ଅତିଥି ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ ଓ ସମ୍ମାନୀତ ଅତିଥି ଭାବେ ସିଡିପିଓ ବିଜୟୀ ଲକ୍ଷ୍ମୀ ମାରାଣ୍ଡି, ବ୍ଲକ ଯୋଗାଣ ନୀରିକ୍ଷିକା ବିଦ୍ୟୁତ ଲତା ନାୟକ, ଜିପିଇଓ ରଶ୍ମୀ ରେଖା ମହାନ୍ତି, ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ଓ ହଙ୍ଗର ପ୍ରକଳ୍ପର ଜିଲ୍ଲା ସଂଯୋଜିକା ଧରିତ୍ରୀ ରାଉତ ପ୍ରମୁଖଙ୍କ ଉପସ୍ଥିତିରେ କାର୍ୟ୍ୟକ୍ରମ ଉଦଘାଟିତ ହୋଇଥିଲା । ହଙ୍ଗେର ପ୍ରକଳ୍ପ ଅଧିନରେ କାର୍ୟ୍ୟରତ ଅଲିଭା ମହିଳା ମହାସଂଘର ମହିଳା ପ୍ରତିନିଧି ଓ୍ବାଡ ସଦସ୍ୟାମାନେ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଗଣମାଧ୍ୟମ ପ୍ରତିନିଧି ବିରକିଶୋର ଦାଶ, ସନ୍ତୋଷ କୁମାର ପତି, କିଶୋର ମହାନ୍ତ, ଅଭିମନ୍ୟୁ ରାଉତ, କାମିନୀ କାନ୍ତ ଦ୍ବିବେଦୀ, ରଞ୍ଜନ କୁମାର ବାରିକ ଓ ବିଜୟ କୁମାର କାରୁଆ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅଲିଭା ମହିଳା ମହାସଂଘର ମିନତି ବେହେରା, ମିନାରାଣୀ ନାୟକ, ରେବତୀ ମୁଣ୍ଡା, ଭାନୁମତୀ ମହାନ୍ତ, ରଙ୍ଗଲତା ମହାନ୍ତ, କନକଲତା ନାୟକ, ଦମୟନ୍ତୀ ମହାନ୍ତ, ଲକ୍ଷ୍ମୀଲିତା ମହାକୁଡ଼ ପ୍ରମୁଖ ସେମାନଙ୍କ ଦ୍ବାରା ମହିଳା ମାନଙ୍କ ସମୃଦ୍ଧି ଗ୍ରାମୀଣ ବିକାଶରେ ଭାଗିଦାରୀ ଓ ବିଭିନ୍ନ ଯୋଜନାର କାର୍ୟ୍ୟାନ୍ବୟନ ଉପରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକଙ୍କ ସହ ଅନ୍ୟ ଅତିଥି ଗଣ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । କର୍ମଶାଳା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ହଙ୍ଗର ପ୍ରକଳ୍ପ ଜିଲ୍ଲା ସଂଯୋଜିକା ଧରିତ୍ରୀ ରାଉତ ସବିଶେଷ ସୂଚନା ଦେବା ପରେ କର୍ମଶାଳା ଉଦଯାପିତ ହୋଇଥିଲା । ପାଟଣା ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories