www.samajalive.in
Wednesday, December 10, 2025
26.1 C
Bhubaneswar

ଚମ୍ପୁଆ ବିଧାନସଭା ଆସନ ପାଇଁ ମୀନାକ୍ଷୀଙ୍କୁ ଟିକେଟ୍ ଦେଲା ବିଜେଡ଼ି

ଭୁବନେଶ୍ୱର : ଚମ୍ପୁଆ ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଏହି ଆସନ ପାଇଁ ମୀନାକ୍ଷୀ ମହାନ୍ତଙ୍କୁ ଦଳ ଟିକେଟ୍ ଦେଇଛି। ଚମ୍ପୁଆ ପାଇଁ ପ୍ରାର୍ଥୀ ଦେବା ପରେ ବିଜେଡ଼ି ମୋଟ ୧୪୫ଟି ଆସନ ପାଇଁ ନାଁ ଘୋଷଣା କରିଛି। କେନ୍ଦ୍ରାପଡ଼ା ଏବଂ ବାରିପଦା ଆସନ ପାଇଁ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ।

ତୃତୀୟ ପର୍ଯ୍ୟାୟରେ କେନ୍ଦୁଝର ଲୋକସଭା ଏବଂ ଏହାର ଅଧୀନରେ ଥିବା ୭ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଏଥିପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ ବିଜେଡି ଆଜି ହିଁ ଚମ୍ପୁଆ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୀନାକ୍ଷୀ ପୂର୍ବରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟ ହୋଇଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories