www.samajalive.in
Saturday, December 6, 2025
26.1 C
Bhubaneswar

ଗଣମାଧ୍ୟମ ପ୍ରତିନିଧି ରକ୍ତଦାନ କରି ଦୁଇ ମହିଳାଙ୍କ ଜୀବନ ବଞ୍ଚାଇଲେ

ମାଲକାନଗିରି: ମାଲାକନଗିିର ଜିଲାରେ ଦୁଇଜଣ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ରକ୍ତ ଅଭାବରୁ ସେମାନଙ୍କ ଜୀବନ ସଙ୍କଟାପନ୍ନ ଥିଲ।। ଏହି ଖବର ପାଇବା ପରେ ଉତ୍କଳ ସାମ୍ବାଦିକ ସଂଘ ସଭାପତି ଦୁର୍ଯ୍ୟୋଧନ ପାତ୍ରଙ୍କ ନେତୃତ୍ୱରେ ସଦସ୍ୟମାନେ ଡାକ୍ତରଖାନା ଯାଇ ଉକ୍ତ ମହିଳାଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିଥିଲୋ ମାଥିଲି ଥାନା ଅଂଚଳ ଆଭ୍ୟନ୍ତରୀଣ ମହୁପଦର ଗ୍ରାମର ଗର୍ଭବତୀ ଆଦିବାସୀ ମହିଳା ରାଧିକା ଦୁରୁଆ ମାଥିଲି ପ୍ରାଥମିକ ଚିକିତ୍ସାଳୟରେ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ତାଙ୍କର ତୁରନ୍ତ ରକ୍ତର ଆବଶ୍ୟକତା ପଡିଥିଲ।। ବନ୍ୟା ଯୋଗୁଁ ପାଙ୍ଗାମ ନଦୀରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ତାଙ୍କୁ ମାଥିଲିରୁ ମାଲକାନଗିରିକୁ ଆମ୍ବୁଲାନ୍ସ ଯୋଗେ ଆଣିବା ଅସମ୍ଭବ ହୋଇ ପଡିପଡିଥିଲ।। ଫଳରେ ମାଲକାନଗିରି ରକ୍ତ ଭଣ୍ଡାରରେ ସାମ୍ବାଦିକମାନେ ରକ୍ତଦାନ କରି ଏକ ମଟର ସାଇକେଲ ଯୋଗେ ଅନ୍ୟ ରାସ୍ତା ଦେଇ ଡଙ୍ଗାରେ ପାର ହୋଇ ମାଥିଲି ଡାକ୍ତରଖାନାରେ ରକ୍ତ ପହଞ୍ଚାଇଥିଲେ।

ସେହିପରି ମାଲକାନଗିରି ସଦର ମହକୁମାର ଅନ୍ୟ ଜଣେ ମହିଳା ସୁଲୋଚନା ପାଢି କୋବିଡ ରୋଗରେ ଆକ୍ରାନ୍ତ ହୋଇ କୋବିଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମଧ୍ୟ ରକ୍ତର ଆବଶ୍ୟକତା ପଡିଥିବାରୁ ଉଭୟ ପରିବାର ବିଚଳିତ ହୋଇ ପଡିଥିଲୋ ବର୍ଷା ଏବଂ ସ୍ୱାଧୀନତା ଦିବସ ପାଳନରେ ରକ୍ତ ସଂଗ୍ରହ ରେ ବାଧା ସୃଷ୍ଟି ହେଉଥିବା ଜାଣି ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ ସତ୍ୟ ପ୍ରକାଶ ଦାସ, ସୁକାନ୍ତ କଲାର ଓ ଶ୍ରୀକାନ୍ତ ସେଠି ରକ୍ତଦାନ କରି ଉଭୟଙ୍କ ଜୀବନ ବଂଚାଇଥିଲୋ ସାମ୍ବାଦିକ ମାନଙ୍କ ଏପରି କା ର୍ୟ୍ୟକୁବୁଦ୍ଧିଜୀବି ମହଲରେ ପ୍ରଶଂସା କରା ଯାଇଛିା ଏହି କା ର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀନିବାସ ପାତ୍ର, ସନୁ ଅନୁଗୁ, ସିମାଂଚଳ ପାଣିଗ୍ରାହି, ସୁସାନ୍ତ ସାମଲ, ସଂଜୟ ଢାଲି, କିଶୋର ପାତିକା, ଏବଂ ସଂଘର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲୋ

Hot this week

ସ୍ୱାମୀ ହତ୍ୟାକରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories