www.samajalive.in
Sunday, December 7, 2025
14.1 C
Bhubaneswar

ଜାତିସଙ୍ଘ ଜଳବାୟୁ ଯୁବ ଉପଦେଷ୍ଟା ଗୋଷ୍ଠୀର ପ୍ରଥମ ବୈଠକ, ଓଡ଼ିଆ ଝିଅ ଅର୍ଚ୍ଚନାଙ୍କ ପ୍ରସ୍ତାବକୁ ମିଳିଲା ସମର୍ଥନ

କରୋନା ପରବର୍ତ୍ତୀ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଓ ଗ୍ରହଣ କରାଯାଉଥିବା ପଦକ୍ଷେପରେ ଆଦିବାସୀ ସମ୍ପ୍ରଦାୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଜାତିସଂଘର ନୂତନ ଭାବେ ଗଠିତ ଯୁବ ଉପଦେଷ୍ଟା ଗୋଷ୍ଠୀର ଭାରତୀୟ ପ୍ରତିନିଧି ଅର୍ଚନା ସୋରେଙ୍ଗ କହିଛନ୍ତି। ଚଳିତ ମାସ ୧୨ରେ ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ଜାତିସଙ୍ଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉପଦେଷ୍ଟା ଗୋଷ୍ଠୀର ପ୍ରଥମ ବୈଠକରେ ଭାରତର ଅର୍ଚ୍ଚନା ସୋରେଙ୍ଗଙ୍କ ସମେତ ସୁଦାନ, ଫିଜି, ମୋଲଡୋଭା, ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ ଏବଂ ବ୍ରାଜିଲର ଅନ୍ୟ ଛ’ ଜଣ ଯୁବ ଜଳବାୟୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ଏହି ବୈଠକରେ ଆଦିବାସୀ ସମ୍ପ୍ରଦାୟକୁ ଜଳବାୟୁ ସମ୍ପର୍କିତ ରଣନୀତିର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚନା କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅର୍ଚନା କହିଥିଲେ। ବିଶେଷ ଭାବରେ ଉପଦେଷ୍ଟା ଗୋଷ୍ଠୀର ସାତ ଜଣ ସଦସ୍ୟଙ୍କ ମଧ୍ୟରୁ ଓଡିଶାର ଅର୍ଚ୍ଚନା ସୋରେଙ୍ଗ ଏହି ବୈଠକରେ ଦୁଇଟି ଉପାୟ ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ସିଧାସଳଖ ପ୍ରଭାବିତ ହୋଇଥିବା ସମ୍ପ୍ରଦାୟର ଯୁବ ଗୋଷ୍ଠୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ସହ ବିଶେଷ ଭାବରେ ଭିନ୍ନକ୍ଷମ ଯୁବକମାନଙ୍କ ଅନ୍ତର୍ଭୂକ୍ତିକୁ ସୁଗମ କରିବା ଏବଂ ଆନୁଷ୍ଠାନିକ ଭାବେ ସେମାନଙ୍କୁ ଏକତ୍ର କରି ତଥ୍ୟ ଆଦାନ ପ୍ରଦାନ କରିବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ କାର୍ଯ୍ୟଧାରାକୁ ଅଧିକ ପ୍ରଭାବୀ କରିବା ପାଇଁ ଉଭୟ ବୟସ୍କ ଓ ଯୁବ ପିଢ଼ି ମଧ୍ୟରେ ସେମାନଙ୍କ ଅଭିଜ୍ଞତାକୁ ଲୋକଲୋଚନକୁ ଆଣିବା ଆବଶ୍ୟକ ବୋଲି ସେ କହିଛନ୍ତି।

- Advertisement -

ବୈଠକରେ ଜାତିସଂଘ ଉପ ମହାସଚିବ ଓ ସହକାରୀ ମହାସଚିବ ଉପସ୍ଥିତ ଥିଲେ। ଜାତିସଂଘ ମହାସଚିବ କହିଛନ୍ତି ଯେ ସେ ଯୁବ ଗୋଷ୍ଠୀ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଯେଉଁମାନେ ନେତୃତ୍ୱ ସହ ସକରାତ୍ମକ ସମାଧାନର ଉପାୟ ପ୍ରଦର୍ଶନ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ୟାରିସ ଚୁକ୍ତିନାମାର ୧.୫ ଡ଼ିଗ୍ରୀ ଲକ୍ଷ୍ୟ ସଂପର୍କରେ ଆମେ ଦୂରରେ ଥିଲେ ମଧ୍ୟ ଦୌଡରୁ ଓହରି ଯାଇନାହୁଁ। ସବୁଆଡେ ଯୁବପିଢିଙ୍କ ଉଦ୍ୟମ ଯୋଗୁ ଆମେ ସକ୍ରିୟ ଅଛୁ।

ଗୋଷ୍ଠୀର ସଦସ୍ୟଙ୍କଠାରୁ ମିଳିଥିବା ଉନ୍ନତ ଦୃଷ୍ଟିକୋଣକୁ ନେଇ ଗୁଟେରସ ସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟ ଯୁବ ଗୋଷ୍ଠୀକୁ ଏହି କାର୍ଯ୍ୟରେ ସାମିଲ କରିବା କ୍ଷେତ୍ରରେ ଜାତିସଙ୍ଘ ପ୍ରସ୍ତୁତ ବୋଲି ଜାତିସଙ୍ଘ ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories