www.samajalive.in
Saturday, December 6, 2025
26.1 C
Bhubaneswar

ଭୟଙ୍କର ଅଗ୍ନିକାଣ୍ଡ ; ୬ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ମରିସସରେ ରବିବାର ଏକ ଧାର୍ମିକ ଅନୁଷ୍ଠାନ ଆୟୋଜନ ହେଉଥିବା ସମୟରେ ଅଗ୍ନିକାଣ୍ଡ ଘଟି ୬ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକେ ଏଥିରେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ମରିସସ ପୁଲିସ ପକ୍ଷରୁ ଏନେଇ ସୂଚନା ମିଳିଛି। ଏହି ଅଘଟଣ ଶିବରାତ୍ରୀ ପୂର୍ବରୁ ହେଉଥିବା ଏକ ଆୟୋଜନ ସମୟରେ ଘଟିଛି।
ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଏହି ଆୟୋଜନରେ ହିନ୍ଦୁ ଦେବତାଙ୍କ ମୂର୍ତ୍ତି ପ୍ରଦର୍ଶନ କରାଯାଉଥିବା ଏକ କାଠ ବାଉଁଶରେ ହଠାତ୍‌‌ ନିଆଁ ଲାଗିଯାଇଥିଲା। ଏହାପରେ ଖୋଲା ବିଜୁଳି ତାରର ସଂସ୍ପର୍ଶରେ ଆସିବାରୁ ଏଥିରେ ନିଆଁ ଲାଗି ଯାଇଥିଲା। ନିଆଁ ସଂସ୍ପର୍ଶରେ ଅନେକ ଲୋକେ ଆସି ଯାଇଥିଲେ। ଏହି ଅଘଟଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତୀର୍ଥ ଯାତ୍ରୀମାନେ ପୂର୍ବ ଆଫ୍ରିକୀୟ ଦ୍ୱୀପପୁଞ୍ଜର ହିନ୍ଦୁ ସମ୍ପ୍ରଦାୟ ଦ୍ୱାରା ପବିତ୍ର ବିବେଚନା କରାଯାଉଥିବା ଶିବରାତ୍ରୀ ପର୍ବ ପୂର୍ବରୁ ଗ୍ରାଣ୍ଡ ବେସିନ ହ୍ରଦକୁ ପାଦରେ ଯାତ୍ରା କରୁଥିଲେ।

 

- Advertisement -

 

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories