www.samajalive.in
Monday, December 8, 2025
14.1 C
Bhubaneswar

ଖବରକାଗଜ ସହିତ ମାସ୍କ ଫ୍ରି

ଶ୍ରୀନଗର: କରୋନା ଭୂତାଣୁରୁ ରକ୍ଷା ପାଇବାର ସବୁଠୁ ସରଳ ଉପାୟ ହେଉଛି ସତର୍କତା। ୨ ମିଟର ଦୂରତା ଏବଂ ମାସ୍କ ଏହି ଭୂତାଣୁଠାରୁ ବର୍ତ୍ତିବାର ବଡ଼ ଅସ୍ତ୍ର। ଏ ଦିଗରେ ଲୋକଙ୍କୁ ସଚେତନ କରାଇବାରେ ବଡ଼ ଭୂମିକା ହେଉଛି ଗଣମାଧ୍ୟମର। ତେବେ କେବଳ ସତର୍କତା ନୁହେଁ, ଲୋକଙ୍କୁ ମାସ୍କ ପିନ୍ଧିବା ଲାଗି ଉତ୍ସାହିତ କରାଇବା ସକାଶେ ଏକ ଛାପା ଗଣମାଧ୍ୟମର ଉଦ୍ୟମ ଏବେ ଚର୍ଚ୍ଚାରେ। ଦେଶବ୍ୟାପୀ ଏହି ଖବର କାଗଜକୁ ଏବେ ପ୍ରଶଂସା କରାଯାଉଛି। ଏହି ଖବରକାଗଜଟି ହେଉଛି ଜାମ୍ମୁ-କାଶ୍ମୀରରେ ଉର୍ଦ୍ଦୁ ଭାଷାରେ ପ୍ରକାଶିତ ଦୈନିକ ‘ରୋଶ୍‌ନୀ’।

କରୋନା ସମୟରେ ଯେଉଁଠି ଘରେ ଖବରକାଗଜ ପହଞ୍ଚିବା ମୁସ୍କିଲ ହେଉଥିଲା ଏବଂ ଲୋକମାନେ ଭୟର ବଶବର୍ତ୍ତୀ ହୋଇ ଖବରକାଗଜ କିଣିବା ବନ୍ଦ କରିଦେଇଥିଲେ, ସେଭଳି ପରିସ୍ଥିତିରେ ‘ରୋଶ୍‌ନୀ’ ଖବରକାଗଜର ପୃଷ୍ଠାରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ନିବେଦନ କରାଯାଇଛି। କେବଳ ଏତିକି ନୁହେଁ ୨ ଟଙ୍କା ମୂଲ୍ୟରେ ମିଳୁଥିବା ଏହି ଖବରକାଗଜ ସହିତ ମାସ୍କ ମଧ୍ୟ ମାଗଣାରେ ଦିଆଯାଇଛି। ମଙ୍ଗଳବାର ପାଠକଙ୍କ ଘରେ ଯେତେବେଳେ ଖବରକାଗଜ ସହିତ ମାସ୍କ ପହଞ୍ଚିଛି ସେତେବେଳେ ସେମାନେ ଚକ୍କିତ ହୋଇଛନ୍ତି। ଖବରକାଗଜର ପ୍ରଥମ ପୃଷ୍ଠାର ଦକ୍ଷିଣ ପାର୍ଶ୍ଵରେ ଉଲ୍ଲେଖ ରହିଛି ମାସ୍କର ବ୍ୟବହାର ଜରୁରୀ। ଏହି ବାର୍ତ୍ତା ସହିତ ଏକ ତୀର ଚିହ୍ନଟ ବାମ ପାର୍ଶ୍ଵକୁ ରହିଛି, ଯାହା ପ୍ଲାଷ୍ଟିକ ପ୍ୟାକେଟ୍‌ ଭିତରେ ଥିବା ମାସ୍କକୁ ଇସାରା କରୁଛି। ପାଠକମାନେ ଖବରକାଗଜର ଏହି ଉଦ୍ୟମକୁ ସୋସିଆଲ ମିଡିଆରେ ଢେର ପ୍ରଶଂସା କରିଛନ୍ତି।

- Advertisement -

ଏହି ଖବରକାଗଜର ସମ୍ପାଦକ ଜହୁରା ଶୋରା କହିଛନ୍ତି, ଆମ ଚିନ୍ତା କରୁଛୁ ଯେ ବର୍ତ୍ତମାନ ସମୟରେ ଏହି ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ବହୁତ ଗୁରୁତ୍ଵପୂର୍ଣ୍ଣ ଏବଂ ସେମାନଙ୍କୁ ମାସ୍କ ପିନ୍ଧିବା ଲାଗି ବୁଝାଇବା ପାଇଁ ଏହା ସୁବୁଠୁ ଭଲ ଉପାୟ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories