www.samajalive.in
Monday, December 8, 2025
14.1 C
Bhubaneswar

ମାରିକମ୍‍ଙ୍କୁ ଷଷ୍ଠ ଥର ପାଇଁ ବିଶ୍ୱ ବକ୍ସିଂ ଚାମ୍ପିୟନସିପ୍‍ ଟାଇଟଲ

ନୂଆଦିଲ୍ଲୀ : ଭାରତର କିମ୍ବଦନ୍ତୀ ମହିଳା ବକ୍ସର ମେରି କମ୍‍ ଏଠାରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚମ୍ପିଆନସିପ୍‍ରେ ରେକର୍ଡ ୬ଷ୍ଠ ଥର ପାଇଁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଶନିବାର ଅନୁଷ୍ଠିତ ୪୮ କିଗ୍ରା ବର୍ଗ ଫାଇନାଲରେ ମେରି ୫-୦ ପଏଣ୍ଟରେ ୟୁକ୍ରେନର ହାନା ଓକୋଟାଙ୍କୁ ପରାସ୍ତ କରିଛନ୍ତି। ଏଥରକୁ ମିଶାଇ ମେରି ବିଶ୍ୱ ଚମ୍ପିଆନସିପ୍‍ରେ ରେକର୍ଡ ୬ଷ୍ଠ ସ୍ୱର୍ଣ୍ଣପଦକ ସହ ମୋଟ ୭ଟି ପଦକ ଜିତିଛନ୍ତି। ମେରି ପୂର୍ବରୁ ୨୦୦୨ (ଆଣ୍ଟାଲ୍ୟା),୨୦୦୫(ପୋଡୋଲସ୍କ୍‍), ୨୦୦୬(ନୂଆଦିଲ୍ଲୀ), ୨୦୦୮(ନିଙ୍ଗ୍‍ବୋ ସିଟି) ଓ ୨୦୧୦ (ବ୍ରିଜଟାଉନ)ରେ ସ୍ୱର୍ଣ୍ଣ ଜିତିଥିବାବେଳେ ୨୦୦୧ (ସ୍କ୍ରାନ୍‍ଟନ୍‍)ରେ ରୌପ୍ୟପଦକ ହାସଲ କରିଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ମେରି କମ୍‍ ଓ ଆୟରଲାଣ୍ଡ ବକ୍ସର କ୍ୟାଟି ଟେଲର ବିଶ୍ୱ ଚମ୍ପିଆନସିପ୍‍ରେ ପ୍ରତ୍ୟେକ ୬ଟି ପଦକ ଜିତି ସମାନ ସ୍ଥିତିରେ ଥିଲେ। ତେବେ ଟେଲର ଇତିମଧ୍ୟରେ ପେସାଦାର ବକ୍ସିଂରେ ପ୍ରବେଶ କରିସାରିଥିବାରୁ ଏବର୍ଷ ବିଶ୍ୱ ଚମ୍ପିଆନସିପ୍‍ରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ମେରି ବର୍ତ୍ତମାନ ୭ଟି ପଦକ ସହ ବିଶ୍ୱ ଚମ୍ପିଆନସିପ୍‍ରେ ସଫଳତମ ମହିଳା ବକ୍ସରର ମାନ୍ୟତାଲାଭ କରିଛନ୍ତି। ଏଭଳି କୃତିତ୍ୱ ଅର୍ଜନ କରିବାରେ ମେରି କ୍ୟୁବାର ପୁରୁଷ ବକ୍ସର ଫେଲିକ୍ସ ସାଭନଙ୍କ ସମକକ୍ଷ ହୋଇପାରିଛନ୍ତି। ବିଶ୍ୱ ବକ୍ସିଂ ଚମ୍ପିଆନସିପ୍‍ (ପୁରୁଷ ଓ ମହିଳା)ରେ ଉଭୟ ବକ୍ସର ୭ଟି ଲେଖାଏଁ ପଦକ ଜିତି ଯୁଗ୍ମଭାବେ ଶୀର୍ଷରେ ରହିଛନ୍ତି। ଏଭଳି ବିରଳ କୃତିତ୍ୱର ଅଧିକାରୀ ହେବାପରେ ମେରି ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇବା ସହ ବିଗତ କିଛି ବର୍ଷ ଧରି ସେମାନଙ୍କ ନିକଟରୁ ପାଇଥିବା ସମର୍ଥନକୁ ସ୍ୱୀକାର କରିଥିଲେ।
ବିଶ୍ୱ ଚମ୍ପିଆନସିପ୍‍ ବ୍ୟତୀତ ମେରି କମ୍‍ ୨୦୧୨ ଲଣ୍ଡନ ଅଲିମ୍ପିକ୍‍ସରେ ବ୍ରୋଞ୍ଜ, ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ, ଏସୀୟ କ୍ରୀଡାରେ ଗୋଟିଏ ସ୍ୱର୍ଣ୍ଣ (୨୦୧୪-ଇଞ୍ଚିଅନ) ଓ ଗୋଟିଏ ବ୍ରୋଞ୍ଜପଦକ (ଗ୍ୱାଙ୍ଗ୍‍ଝୌ) ଜିତିଛନ୍ତି। ମେରି ୨୦୦୩ରେ ଅର୍ଜୁନ ପୁରସ୍କାର, ୨୦୦୬ରେ ପଦ୍ମଶ୍ରୀ ଓ ୨୦୦୯ରେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନିତ ହୋଇସାରିଛନ୍ତି। ମେରି ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories