www.samajalive.in
Friday, December 5, 2025
27.1 C
Bhubaneswar

ଆତ୍ମସର୍ମପଣ କଲେ ଦୁଇ ହାର୍ଡକୋର୍‌ ମାଓବାଦୀ

ରାଞ୍ଚି:ଲାତେହାର ପୁଲିସ୍‌ ନିକଟରେ ଜେଜେଏମ୍‌ପି ସଂଗଠନର ଦୁଇ ହାର୍ଡକୋର ମାଓବାଦୀ ଆତ୍ମସର୍ମପଣ କରିଛନ୍ତି। ଦୁଇ ହାର୍ଡକୋର ମାଓବାଦୀ ହେଲେ ଅବଧେଶ ଲୋହାର ଓ ବ୍ରଜେଶ ଯାଦବ । ଦୁଇ ମାଓବାଦୀଙ୍କ ମୁଣ୍ଡରେ ଥିଲା ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି । ଆତ୍ମସମର୍ପଣ କରିଥିବା ନକ୍ସଲବାଦୀ ବ୍ରଜେଶ ଯାଦବଙ୍କ ବିରୋଧରେ ମୋଟ ୧୦ଟି ନକ୍ସଲ ମାମଲା ରୁଜୁ ହୋଇଥିବା ବେଳେ ଅବଧେଶଙ୍କ ବିରୋଧରେ ୫ଟି ମାମଲା ରୁଜୁ ହୋଇଛି।
ଏ ନେଇ ପାଲାମୁର ଆଇଜି ଶୈଳେନ୍ଦ୍ର କୁମାର ସିହ୍ନା କହିଛନ୍ତି ଯେ ଚଳିତ ବର୍ଷ ଲାତେହାର ଜିଲ୍ଲାରେ ୨୧ ଜଣ ନକ୍ସଲ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ସଫଳତା ଯେକୌଣସି ଅଧିକାରୀଙ୍କ ପାଇଁ ଗର୍ବର ବିଷୟ। ବ୍ୟବସ୍ଥା ଅନୁଯାୟୀ ଆତ୍ମସମର୍ପଣ କରୁଥିବା ନକ୍ସଲମାନଙ୍କୁ ପୁଲିସ୍‌ ସର୍ବଦା ସମସ୍ତ ପ୍ରକାରର ସହାୟତା ଯୋଗାଇଥାଏ। ସେ ଅଞ୍ଚଳରେ ସକ୍ରିୟ ନକ୍ସଲ ମାନଙ୍କୁ ସରକାରଙ୍କ ଆତ୍ମସମର୍ପଣ ନୀତିର ସୁଯୋଗ ନେଇ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ମଧ୍ୟ ନିବେଦନ କରିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories