www.samajalive.in
Monday, December 8, 2025
14.1 C
Bhubaneswar

ମାଓବାଦୀଙ୍କ ଗଛପକାଇ ରାସ୍ତା ଅବରୋଧ, ମାଓ ପୋଷ୍ଟର ଜବତ କଲା ପୁଲିସ

ଫୁଲବାଣୀ:କନ୍ଧମାଳ ଜିଲାରେ ମାଓ ସଂଗଠନ ପୁଣି ତାହାର ସ୍ଥିତି ଜାହାରିପାଇଁ ରବିବାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ଅଞ୍ଚଳରେ ବିଭିନ୍ନ ସ୍ଥାନରେର ପୋଷ୍ଟର ମାରିଥିବା ବେଳେ ରବିବାର ବିଳମ୍ବି ରାତ୍ରରେ କନ୍ଧମାଳ-ରାୟଗଡ଼ା ରାସ୍ତାର କନ୍ଧମାଳ ଜିଲା କୋଟଗଡ଼ ଥାନା ଅନ୍ତର୍ଗତ ରଡ଼ିଗୁଡ଼ା-ଜୁଡ଼ାବାଲି ରାସ୍ତାରେ ଗଛପକାଇ ରାସ୍ତା ଅବରୋଧ କରିବା ସହିତ ବିିଭିନ୍ନ ପ୍ରକାର ମାଓ ପୋଷ୍ଟର ମରିଥିବାର ଦେଖାଯାଇଛି। ବିଳମ୍ବିତ ରାତ୍ରରେ ରାସ୍ତା ଅବରୋଧ ଯୋଗୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଯାନ ବାହାନ ଅଟକି ରହିଥିବା ବେଳେ ବହୁ ବିଳମ୍ବରେ କେତେକ ଗାଡ଼ି ଚାଳକ ଗଛପଡ଼ିଥିବା ରାସ୍ତାକଡ଼ ଦେଇ ଯାତାୟତ କରିଥିବାର ଖବର ମିଳିଛି। ବର୍ତ୍ତମାନ ଉକ୍ତ ରାସ୍ତାରେ ଗାଡ଼ି ମଟର ଚଳାଚଳ କରୁଥିବାର ଜଣାପଡ଼ିଛି। ସେଠାରେ ମରାଯାଇଥିବା ପୋଷ୍ଟରରେ ସରକାରଙ୍କ ବହୁମୁଖୀ ସମାଧାନ ଦମନ ଅଭିଯାନକୁ ବିରୋଧ କରିବା ସହିତ ବିର୍ଲା, ସୁପେଲ ଓ ସିଟି ବର୍ବର ଆକ୍ରମଣକୁ ବିରୋଧ କରିବାକୁ ଆହ୍ୱାନ ଦିଆଯାଇଛି।

 

- Advertisement -

ଏଥି ସହିତ ଗତ ଜୁଲାଇ ମାସରେ ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ସିର୍ଲା ପଂଚାୟତରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିୟର ୭ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ସହିଦଙ୍କ ରକ୍ତର ବଦଳା ନିଅନ୍ତୁ ବୋଲି ମଧ୍ୟ ପୋଷ୍ଟରେ ଉଲ୍ଲେଖ ଥିବାର ଦେଖାଯାଇଛି। ଆଜି ସକାଳେ କୋଟଗଡ଼ ପୁଲିସ୍ ପହଞ୍ଚି ପୋଷ୍ଟର ଜବତ କରିଥିବାର ଜଣାଯାଇଛି। ତେବେ ଦୀର୍ଘଦିନ ପରେ ଉକ୍ତ ଅଞ୍ଚଳରେ ମାଓ ସଂଗଠନ ପକ୍ଷରୁ ଗଛକାଟି ରାସ୍ତା ଅବରୋଧ ପରେ ସଂପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏହା ମାଓ ସଂଗଠନ କାମ ନା ଅନ୍ୟକେହି ଗଛକାଟିଛନ୍ତି ତାହାର ତଦନ୍ତ ଚାଲିଥିବା ମଧ୍ୟ ପୁଲିସ୍ ପ୍ରକାଶ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories