ମୁମ୍ବଇ: ମହାରାଷ୍ଟ୍ରର ଧୁଲେ ଜିଲାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ୫୦ରୁ ୬୦ ଜଶ ଶ୍ରମିକ କମ୍ପାନୀ ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି।
ଏକ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୱାଘାଡି ଗାଁର ଶିରପୁର ତାଲୁକାସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ସକାଳ ପ୍ରାୟ ୯:୪୫ରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ସମୟରେ ଫ୍ୟାକ୍ଟ୍ରିରେ ୧୦୦ ଜଣ ଲୋକ ଉପସ୍ଥିତ ଥିଲେ । ପ୍ରାଥମିକ ତଦନ୍ତରୁ ଫ୍ୟାକ୍ଟ୍ରିରେ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିବା ଜଣାପଡିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳରେ ଅତଙ୍କ ସୃଷ୍ଟି କରିଥିଲା । ବିସ୍ଫୋରଣସ୍ଥଳରୁ ଏପର୍ଯ୍ୟନ୍ତ ୮ଟି ମୃତଦେହ ଜବତ କରାଯାଇଛି । ଏଥିରେ ଆହତ ହୋଇଥିବା ୧୫ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିସ୍ଫୋରଣ କାରଣରୁ କମ୍ପାନୀର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି ।



