ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅଖିଳ ଭାରତ କୃଷକ ମହାସଭା ଓ ସିପିଆଇ (ଏମଏଲ) ଲିବରେସନ ତରଫରୁ ରାମନାଗୁଡାର ଖିଲାପଦର ଛକଠାରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ୧୬ ଦଫା ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାର ନିର୍ମଳ ଚନ୍ଦ୍ର ସାହୁଙ୍କୁ ପ୍ରଦାନ କରାଯାଇଛି। ଏଥିରେ ରାମନାଗୁଡ଼ା ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ମରୁଡ଼ି ଘୋଷଣା, ମରୁଡ଼ିରେ କ୍ଷତିଗ୍ରସ୍ଥ ଚାଷୀମାନଙ୍କୁ ଏକର ପିଛା ୫୦ହଜାର ଟଙ୍କା ଓ ଅନ୍ୟାନ୍ୟ ଦାବି କରାଯାଇଛି । ଏଥିରେ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ,ଅଖିଳ ଭାରତ କୃଷକସଭା ସଭାପତି ଅନାସିମ ଶବର, ବୃନ୍ଦାବନ ବିଡିକା, କରୁଣାକର ଲିମା, ସାନିଆ ବିଡିକା, ଦାସୁରୁ ପାତିକା, ଗୋବିନ୍ଦ ପାତିକା, ରମେଶ ପାତିକା, ମୋଜେସ ବିଡିକା, ଲବ ବିଡିକା, ଶୁଣ୍ଡମା ବିଡିକା, ରାମଦାସ ନିମାଲା, ଛାଣ୍ଟି ନିମାଲା ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



