www.samajalive.in
Wednesday, December 10, 2025
16.1 C
Bhubaneswar

ସ୍ବାଭିମାନୀ ଓ ନିଃସ୍ବାର୍ଥପର ଓଡ଼ିଆ ଜାତିକୁ କୋଟି ପ୍ରଣାମ: ମନୋଜ ଦାସ

କଟକ : ଓଡ଼ିଆ ଗୋଟିଏ ସ୍ବାଭିମାନୀ ଓ ନିଃସ୍ବାର୍ଥପର ଜାତି। ବାଣୀ ସାଧନା ଓ ସେବା କରିବା ଭିତରେ ତା’ଠାରୁ ମୁଁ ଯେଉଁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପାଇଛି ତାହା ଅବର୍ଣ୍ଣନୀୟ। ଦେବା ତୁଳନାରେ ପ୍ରତିଦାନ ସ୍ବରୂପ ମୁଁ ଯଥେଷ୍ଟ ଅଧିକ ପାଇଛି। ଓଡ଼ିଆ ଜାତିକୁ ମୋର କୋଟି କୋଟି ପ୍ରଣାମ ବୋଲି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ତଥା ଶ୍ରୀମା-ଅରବିନ୍ଦ ଦର୍ଶନର ମହାନ ପ୍ରବକ୍ତା ପଦ୍ମଭୂଷଣ ପ୍ରଫେସର ମନୋଜ ଦାସ ‘ସତ୍ୟବାଦୀ ସାରସ୍ବତ ସମ୍ମାନ’ ଗ୍ରହଣ କରି ମତବ୍ୟକ୍ତ କରିଛନ୍ତି।
ଏକ ସ୍ବତନ୍ତ୍ର ଅବସରରେ ପ୍ରଫେସର ଦାସଙ୍କୁ ‘ସତ୍ୟବାଦୀ ସାରସ୍ବତ ସମ୍ମାନ ୨୦୨୦’ ପ୍ରଦାନ କରାଯାଇଛି। ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପତ୍ରିକା ସମ୍ପାଦକ ଓ ‘ସମାଜ’ର ପ୍ରକାଶକ-ମୁଦ୍ରାକର ନିରଞ୍ଜନ ରଥ ପ୍ରଫେସର ଦାସଙ୍କୁ ପୁରସ୍କାର ସ୍ବରୂପ ମାନପତ୍ର, ଉପଢ଼ୌକନ,
ପୁଷ୍ପଗୁଚ୍ଛ ଓ ଏକଲକ୍ଷ ଟଙ୍କା ଚେକ୍‌ ପ୍ରଦାନ କରିଥିଲେ। ପ୍ରଫେସର ଦାସ କହିଥିଲେ, ମୋର ସ୍ବାସ୍ଥ୍ୟାବସ୍ଥା ନେଇ ଅଗଣିତ ଓଡ଼ିଆ ଯେପରି ଉଦ୍‌ବେଗ ପ୍ରକାଶ କରି ଆଶୁ ଆରୋଗ୍ୟ କାମନା କରିଛନ୍ତି ତାହା ମୋତେ ଅଭିଭୂତ କରିଛି। ଓଡ଼ିଆ ଜାତି ମୋ ପାଇଁ ଚିର ନମସ୍ୟ। ସମାଜର ନିରପେକ୍ଷତା ଓ ସେବାର ପଟାନ୍ତର ନାହିଁ। ଶତାୟୁ ‘ସମାଜ’ର ରାଷ୍ଟ୍ର ଗଠନରେ ଭୂମିକାକୁ ସେ ଭୂୟସୀ ପ୍ରଶଂସା କରିଥିଲେ। ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ଡକ୍ଟର ପ୍ରଭାସଚନ୍ଦ୍ର ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।
ପ୍ରଫେସର ଦାସଙ୍କ ସ୍ବାସ୍ଥ୍ୟବସ୍ଥା ଦାୟିତ୍ବରେ ଥିବା ଡାକ୍ତର ଅଶୋକ ଦାସ ପୁରସ୍କାର ପ୍ରଦାନ ପ୍ରସ୍ତୁତିର ଆୟୋଜନ କରିଥିଲେ। ନବଜ୍ୟୋତି କାର୍ଯ୍ୟାଳୟର ସୁଶ୍ରୀ ଜୟନ୍ତୀ ତ୍ରିପାଠୀ, ନିର୍ମଳଚନ୍ଦ୍ର ଓ ସନ୍ତୋଷ ଯୋଗାଣିଆ ପ୍ରମୁଖ ସହଯୋଗ କରିଥିଲେ। ମୁଖ୍ୟ କାର୍ଯ୍ୟାଳୟର ଅଧିକାରୀ ମାତୃପ୍ରସାଦ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ରଥ ଓ ଡକ୍ଟର ଆଚାର୍ଯ୍ୟ ପୁଡ଼ୁଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମର ମେନେଜିଂ ଟ୍ରଷ୍ଟି ମନୋଜ ଦାସଗୁପ୍ତଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।
ସୂଚନାଯୋଗ୍ୟ ଯେ ଚଳିତବର୍ଷର ମର୍ଯ୍ୟାଦାଜନକ ‘ସତ୍ୟବାଦୀ ସାରସ୍ବତ ସମ୍ମାନ ୨୦୨୦’ ପାଇବା ପାଇଁ ପ୍ରଫେସର ଦାସଙ୍କ ନାମ ଘୋଷଣା କରାଯାଇଥିଲା। ବୈଶ୍ବିକ ମହାମାରୀ କୋଭିଡ କଟକଣା ଯୋଗୁଁ ପୁରସ୍କାର ପ୍ରଦାନ ସମାରୋହ ଆୟୋଜନ କରାଯାଇପାରି ନାହିଁ। ସମ୍ପ୍ରତି ପ୍ରଫେସର ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଲକ୍ଷ ଲକ୍ଷ ଓଡ଼ିଆ, ଶୁଭେଚ୍ଛୁ, ତାଙ୍କର ଅନୁଗାମୀ ଓ ମନୋଜପ୍ରେମୀ ଆଶୁ ଆରୋଗ୍ୟ କାମନା ସହ ପୂଜାର୍ଚ୍ଚନା କରୁଛନ୍ତି। ସେ ଈଶ୍ବରଙ୍କ ନିକଟରେ ସମସ୍ତଙ୍କ କଲ୍ୟାଣ ମନାସିବା ସହ ଆଶୀର୍ବାଦ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories