www.samajalive.in
Tuesday, December 9, 2025
16.1 C
Bhubaneswar

ଫେବୃଆରୀ ୨୪ରେ ମନର କଥା କହିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଫେବୃଆରୀ ୨୪) ମନ୍‍ କି ବାତ୍‍ କାର୍ଯ୍ୟକ୍ରମ ଶୀର୍ଷକରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‍ବୋଧନ ଦେବେ। ଆକାଶବାଣୀରେ ଦିନ ୧୧ଟା ସମୟରେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହା ପ୍ରଧାନମନ୍ତ୍ରୀଙ୍କର ୫୩ତମ ମନ୍‍ କି ବାତ୍‍ ସଂସ୍କରଣ ହେବ। ଟ୍ୱିଟ୍‍ ଜରିଆରେ ପ୍ରଧାନମନ୍ତ୍ରୀ ଦେଶର ଜନସାଧାରଣଙ୍କୁ ସେମାନଙ୍କର ଚିନ୍ତାଧାରା ଓ ମତାମତ ନରେନ୍ଦ୍ର ମୋଦୀ ଆପ୍‍ ଏବଂ ମାଇଁ ଗଭ୍‍ ଓପନ୍‍ ଫୋରମ୍‍ ମାଧ୍ୟମରେ ପଠାଇବା ପାଇଁ ଅନୁରୋଧ କରିଛନ୍ତି। ଜନସାଧାରଣ ୧୮୦୦-୧୧୭୮୦୦ରେ ସେମାନଙ୍କର ବାର୍ତ୍ତାକୁ ହିନ୍ଦୀ କିମ୍ବା ଇଂରାଜିରେ ରେକର୍ଡ କରି ପଠାଇପାରିବେ। ସେହିଭଳି ୧୯୨୨ନମ୍ବରକୁ ମିସ୍‍କଲ୍‍ କରି ଓ ଏସ୍‍ଏମ୍‍ଏସ୍‍ ମାଧ୍ୟମରେ ଜନସାଧାରଣ ସେମାନଙ୍କ ମତାମତ ମଧ୍ୟ ପଠାଇ ପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories