ବିଜେଡିରେ ମିଶିଲେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ

ଭୁବନେଶ୍ୱର: ବିଜେଡିରେ ଯୋଗ ଦେଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ କ୍ୟାପଟେନ ମନ୍ମଥ ରାଉତରାୟ । ସମର୍ଥକଙ୍କ ସହ ରାଲିରେ ଶଙ୍ଖ ଭବନକୁ ଆସି ଶଙ୍ଖ ଧରିଛନ୍ତି ମନ୍ମଥ । ଜଟଣୀରୁ କଂଗ୍ରେସ ବିଧାୟକ ଅଛନ୍ତି ସୁର ରାଉତରାୟ । ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ମନ୍ମଥ । ଜଟଣୀରୁ ମନ୍ମଥ ବିଜେଡି ଟିକେଟ ପାଇବା ନେଇ ଚର୍ଚ୍ଚା ହେଉଛି ।

Comments are closed.