www.samajalive.in
Thursday, December 11, 2025
18.1 C
Bhubaneswar

ମଣ୍ଡି ପରିଚାଳନା ଟଙ୍କା ଯାଉଛି କୁଆଡେ !

ବରଗଡ : ଜିଲାର ୯୦ ପ୍ରତିଶତ ଚାଷୀ ମାର୍କେଟ ୟାର୍ଡରେ ଧାନ ବିକ୍ରି କରୁ ନାହାନ୍ତି ବରଂ ଦଲାଲଙ୍କ ଦ୍ୱାରା ଧାନ ବିକ୍ରି କରୁଛନ୍ତି। ମଣ୍ଡି ବ୍ୟବସ୍ଥାରେ ସୁଧାର ନଆସିବାରୁ ଚାଷୀ ମାର୍କେଟ ୟାର୍ଡକୁ ଯାଇ ଧାନ ବିକ୍ରି କରିବା ପାଇଁ ଚାହୁଁ ନାହାନ୍ତି। ବରଗଡ ଜିଲାର ତିନିଟି ନିୟନ୍ତ୍ରିତ ବଜାର କମିଟି ପାଖରେ ଚାଷୀଙ୍କଠାରୁ ଧାନ ବିକ୍ରି ବାବଦକୁ ପ୍ରାୟ ୧୬୬ କୋଟି ଟଙ୍କା ପଡି ରହିଛି।
ମଣ୍ଡି ବ୍ୟବସ୍ଥାରେ ଯେଉଁ ଧାନ ଏଫଏକ୍ୟୁ ମାନର ନୁହେଁ ତାହାକୁ ଏଫଏକ୍ୟୁ ମାନର କରିବା ପରେ ବିକ୍ରି କରାଯିବା ଦାୟିତ୍ୱ ହେଉଛି ନିୟନ୍ତ୍ରିତ ବଜାର କମିଟିର। ଚାଷୀ ଯେମିତି ବି ଧାନ ଆଣିଥାଉନା କାହିିଁକି ନିୟନ୍ତ୍ରିତ ବଜାର କମିଟି ଉକ୍ତ ଧାନକୁ ଏଫଏକ୍ୟୁ ମାନର କରିବା ପରେ ଏହା ବିକ୍ରି ହେବ। ବାସ୍ତବରେ ସେମିତି କିଛି ବି ହେଉ ନାହିଁ ବରଂ ଚାଷୀଠାରୁ ଏଫଏକ୍ୟୁ ମାନର ଧାନ ନୁହେଁ ବୋଲି କଟନି ଛଟନି ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଚାଷୀର ଧାନକୁ ବିକ୍ରିଯୋଗ୍ୟ କରିବା ସହ ଧାନର ସୁରକ୍ଷା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଆରଏମସି ଧାନକିଣାର ଦୁଇ ପ୍ରତିଶତ ମୂଲ୍ୟ ନେଉଛି। ପ୍ରତି ମାର୍କେଟ ୟାର୍ଡରେ କୃଷକ ବିଶ୍ରାମ ଗୃହ, ଶୁଦ୍ଧ ପାନୀୟଜଳ, ଶୌଚାଳୟ, ଗୋଦାମ ଗୃହ, କଭର ସେଡ୍‌, ଖୋଲା ପିଣ୍ଡି, ଡିଜିଟାଲ ୱେ ବ୍ରିଜ, ଡିଜିଟାଲ ଓଜନ ଓ ମାପଯନ୍ତ୍ର, ମଏଶ୍ଚର ମିଟର, ପେଡିକ୍ଳିନର, ସେଟ୍‌ ଅଫ ସିଭ୍‌, ଆନାଲିସିସ୍‌ କିଟ୍‌, ମିନି ଗ୍ରେଡେର, ତାରପୋଲିନ୍‌ ଆଦି ବ୍ୟବସ୍ଥା ବାବଦକୁ ଧାନ କିଣାର ୨ ପ୍ରତିଶତ ମୂଲ୍ୟ ଆରଏମସି ନେଉଛି। ମଣ୍ଡି ଗୁଡିକରେ ଏସବୁ ବ୍ୟବସ୍ଥା ରହୁ ନଥିବାରୁ ଚାଷୀ ମଣ୍ଡିରୁ ମୁହଁ ଫେରାଇ ନେଉଛନ୍ତି। ଚାଷୀମାନେ ସିସି ଟିଭି ଲଗାଇବା ପାଇଁ ବାରମ୍ବାର ଦାବି କରୁଥିଲେ ମଧ୍ୟ ତାହା ଆରଏମସି କର୍ତ୍ତୃପକ୍ଷ ଶୁଣୁ ନାହାନ୍ତି।
ସୂଚନା ଅଧିକାର ଆଇନ୍‌ ବଳରେ ମିଳିଥିବା ସୂଚନା ଅନୁସାାରେ ବରଗଡ ଆରଏମସି ଗତ ୧୦ ବର୍ଷରେ ୭୩ କୋଟି, ୯୯ ଲକ୍ଷ ୩୧ ହଜାର ୨୫୫ ଟଙ୍କା ଚାଷୀଙ୍କଠାରୁ ଆଦାୟ କରିଛି। ଅତାବିରା ଆରଏମସି ଗତ ୧୦ ବର୍ଷରେ ୯୦ କୋଟି ୫୫ ଲକ୍ଷ ୪୦ ହଜାର ୬୭୯ ଟଙ୍କା ଚାଷୀ ଫି’ ପାଇଛି। ପଦ୍ମପୁର ଆରଏମସି ୩୬ କୋଟି ଟଙ୍କା ଗଛିତ ରଖିଛି। ବରଗଡ ଆରଏମସି ବିଭିନ୍ନ ୟାର୍ଡ ତଥା କର୍ମଚାରୀଙ୍କ ପିଛାରେ ୨୩ କୋଟି ୫୫ ଲକ୍ଷ ୮୭ ହଜାର ୭୧୮ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଅତାବିରା ଆରଏମସି ମାତ୍ର ୬ କୋଟି ୮୩ ଲକ୍ଷ ୮୧ ହଜାର ୩୦୭ଟଙ୍କା ଖର୍ଚ୍ଚ କରିଛି। ବରଗଡ, ଅତାବିରା ଓ ପଦ୍ମପୁର ଆରଏମସି ପାଖରେ ଏବେ ସୁଦ୍ଧା ୧୬୬ କୋଟି ଟଙ୍କା ଗଛିତ ଅଛି। ଏ ବର୍ଷ ବରଗଡ ଜିଲାକୁ ପ୍ରଥମ ପର୍ଯ୍ୟାୟରେ ୬୭ ଲକ୍ଷ ୮୦ ହଜାର କ୍ୱିଣ୍ଟାଲ ଧାନ କିିଣିବା ପାଇଁ ଟାର୍ଗେଟ ଦିଆଯାଇଛି। ବୁଧବାର ସୁଦ୍ଧା ୪୨ ଲକ୍ଷ କ୍ୱିଣ୍ଟାଲ ଧାନ ଉଠି ସାରିଲାଣି। ଚାଷୀଙ୍କ ଧାନ ବିକ୍ରି କରାଯାଉଥିବା କୁହାଯାଉଥିଲେ ମଧ୍ୟ ବହୁ ଚାଷୀ ସେମାନଙ୍କ କାର୍ଡ ଦଲାଲଙ୍କ ପାଖରେ ବନ୍ଧା ପକାଇଛନ୍ତି, ଧାନ ବିକ୍ରିବଟା ମୋଟାମୋଟି ଭାବେ ଦଲାଲଙ୍କଦ୍ବାରା ଚାଲିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ।
ଅତାବିରା ଆରଏମସି ପାଖରେ ଗଛିତ ଥିବା ଟଙ୍କା କାହିିଁକି ଖର୍ଚ୍ଚ କରାଯାଉ ନାହିଁ ବୋଲି ଆରଏମସି ସମ୍ପାଦକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଖର୍ଚ୍ଚ କରିବା ପାଇଁ ଯୋଜନା ରହିଛି ଏବଂ ମାର୍କେଟ ୟାର୍ଡର ବିକାଶ କରାଯିବ ବୋଲି ସେ କହିଥିଲେ। ବରଗଡ ଆରଏମସି ସମ୍ପାଦକଙ୍କୁ ପଚାରିବାରୁ ସେ କହିଥିଲେ ଯେ ବରଗଡ ଆରଏମସିପକ୍ଷରୁ ଇ –ମାର୍କେଟିଂ କରିବା ସହ ସବୁଦିନିଆ ବଜାର ବ୍ୟବସ୍ଥା କରାଯିବାର ଯୋଜନା ରହିଛି ଏହା କାର୍ଯ୍ୟକାରୀ କରାଯିବ। ପଦ୍ମପୁର ଆରଏମସି ସମ୍ପାଦକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଗଛିତ ଟଙ୍କାରୁ ମାର୍କେଟ ୟାର୍ଡର ଭିତ୍ତଭୂମି ପାଇଁ ୧୦ରୁ ୧୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଥିଲେ।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories