www.samajalive.in
Monday, December 8, 2025
14.1 C
Bhubaneswar

ବାପାଙ୍କ ଇଚ୍ଛା ପୂରଣ ପାଇଁ ଏହା କରିଥିଲେ ଭାରତୀୟ ମହିଳା କ୍ରିକେଟର୍ ସ୍ମୃତି ମାନ୍ଧାନା

ନୂଆଦିଲ୍ଲୀ : ବାପାଙ୍କ ଇଚ୍ଛା ପୂରଣ କରିବାକୁ କ୍ରିକେଟକୁ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ଭାରତୀୟ ମହିଳା କ୍ରିକେଟର୍ ସ୍ମୃତି ମାନ୍ଧାନା। ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମାନ୍ଧାନା କହିଥିଲେ ତାଙ୍କ ବାପା ​‌େଛାଟବେଳୁ କ୍ରିକେଟ ଖେଳି ଆସୁଥିଲେ। ତେବେ କ୍ରିକେଟକୁ ପେସା କରିବାକୁ ତାଙ୍କୁ ଅନୁମତି ମିଳିନଥିଲା। ତେଣୁ ତାଙ୍କର ସ୍ବପ୍ନ ଅଧୁରା ରହି ଯାଇଥିଲା। ଅନ୍ୟପକ୍ଷରେ ବାପା ଚାହୁଁଥିଲେ ତାଙ୍କ ପିଲାମାନେ କ୍ରିକେଟ ଖେଳନ୍ତୁ ଏବଂ ଜାତୀୟ ଦଳକୁ ପ୍ରତିନିଧିତ୍ବ କରନ୍ତୁ। ବାପାଙ୍କ ଇଚ୍ଛା ପୂରଣ କରିବାରେ ସକ୍ଷମ ହୋଇଥିବାରୁ ବେଶ୍‌ ଖୁସି ଥିବା ମାନ୍ଧାନା ସ୍ପଷ୍ଟ କରି ଦେଇଛନ୍ତି।

 

- Advertisement -

କ୍ରିକେଟ ଖେଳିବା ଆରମ୍ଭ କରିବା ସମୟରେ ତାଙ୍କ ଭାଇ ବହୁତ ସାହାଯ୍ୟ କରିଥିବା ମାନ୍ଧାନା ସୂଚନା ଦେଇଥିଲେ। ଭାରତ ତରଫରୁ ଖେଳିବା ତାଙ୍କ ପାଇଁ ଗର୍ବର ବିଷୟ ଏବଂ ନିଜ ପ୍ରଦର୍ଶନ ବଳରେ ଦଳକୁ ବିଜୟୀ କରାଇବା ମୁଖ୍ୟ ଲକ୍ଷ୍ୟ ବୋଲି ମାନ୍ଧାନା କହିଥିଲେ। ସୂଚନାଥାଉ କି ଗତସପ୍ତାହରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଭାରତର ବିଜୟରେ ମାନ୍ଧାନାଙ୍କ ପ୍ରମୁଖ ଭୂମିକା ରହିଥିଲା। ଆଗାମୀଦିନରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ଓ ଏକଦିବସୀୟ ଶୃଙ୍ଖଳା ଖେଳିବାକୁ ଯାଉଥିବା ବେଳେ ଏଥିରେ ମାନ୍ଧାନାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories