www.samajalive.in
Saturday, December 6, 2025
26.1 C
Bhubaneswar

ଲୋକଙ୍କ ହାତକୁ କାମ ଅଭିଯାନ ଆରମ୍ଭ ; ଗଡ଼ିଲା ମନରେଗା ସଚେତନତା ରଥ

ଲାଞ୍ଜିଗଡ଼ : ମହାମାରୀ କରୋନାର ଭୟାବହତା ସମୟରେ ସମସ୍ତଙ୍କ କାମଧନ୍ଦା ବନ୍ଦ ହୋଇଯାଇଥିବାବେଳେ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଏପରି ପରିସ୍ଥିତିରେ ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଲୋକଙ୍କୁ ହାତକୁ କାମ ଯୋଗାଇ ଦେବାକୁ ଯୋଜନା ଆରମ୍ଭ କରିଥିବାବେଳେ ଏନେଇ ଲୋକଙ୍କୁ ବ୍ୟାପକ ପରିମାଣରେ ସଚେତନ କରିବାକୁ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ମନରେଗା ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଏକ ସୁସଜ୍ଜିତ ରଥ ମନରେଗା ସଂପର୍କିତ ବିଭିନ୍ନ ବାର୍ତ୍ତା ନେଇ ବ୍ଲକର ସମସ୍ତ ୨୬ଟି ଯାକ ପଞ୍ଚାୟତ ଅଞ୍ଚଳ ପରିକ୍ରମା କରିବ ବୋଲି ଜଣାପଡିଛି। କୁମଖାଲ ପଞ୍ଚାୟତର ମହିଳା ଶ୍ରମିକ ତୁଳସୀ ମାଝୀ, ଲାଞ୍ଜିଗଡ ପଞ୍ଚାୟତ ବାନିଗାଁର ଶ୍ରମିକ ପିତାମ୍ବର ଦଣ୍ଡସେନା ଏହି ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିବାବେଳେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଅଞ୍ଚଳରେ ମୃତ୍ତିକା ସଂରକ୍ଷଣ, ରାସ୍ତା ଓ ଭିତ୍ତିଭୂମିର ନିର୍ମାଣ, ମୋ ଉପକାରୀ ବଗିଚା ଆଦି ଅନେକ ପ୍ରକଳ୍ପକୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଲୋକଙ୍କ ହାତକୁ କାମ  ଯୋଗାଇଦେବାକୁ ବ୍ଲକ ପ୍ରଶାସନ ଅଗ୍ରାଧିକାର ଦେଇଛି। ଏହିକ୍ରମରେ ବ୍ଲକର ସମସ୍ତ ୨୬ଟି ଯାକ ପଞ୍ଚାୟତରେ ଏହି ସଚେତନତା ରଥ ଗଡିବା ସହ ଲୋକଙ୍କୁ ମନରେଗା ଯୋଜନା ଉପରେ ସଚେତନ କରିବ ବୋଲି ବିଡିଓ ଶ୍ରୀ ମିଶ୍ର ଏହାର ଶୁଭାରମ୍ଭ ବେଳେ ପ୍ରକାଶ କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories