www.samajalive.in
Saturday, December 6, 2025
16.1 C
Bhubaneswar

ତଲାସି ଅଭିଯାନ ବେଳେ କୁଖ୍ୟାତ ମାଓବାଦୀ ଗିରଫ 

ମାଲକାନଗିରି : ଦୀର୍ଘ ଦିନ ପରେ ମାଲକାନଗିରି ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ମାଲକାନଗିରି ଜିଲ୍ଲାର ମାଥିଲି ଓ ଛତିଶଗଡ଼ ସହ ଲାଗି ରହିଥିବା ସୀମାନ୍ତ ଅଞ୍ଚଳରେ ତଲାସି ଅଭିଯାନ ବେଳେ ଏସଓଜି ଓ ଡିଭିଏଫ ଦ୍ୱାରା ମାଥିଲି ଥାନା ଅଞ୍ଚଳରୁ ଦୁର୍ଦାନ୍ତ ମାଓବାଦୀ ଦୁଧି ମାନ୍ଦାକୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ ଛତିଶଗଡ଼ ସୀମାକୁ ଲାଗି ରହିଥିବା ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରେ ଯବାନଙ୍କ ପକ୍ଷରୁ ତଲାସି ଅଭିଯାନ ବେଳେ ଦୁଧି ମାନ୍ଦା ନାମକ ମାଓବାଦୀ ଜଙ୍ଗଲ ମଧ୍ୟରେ ଯବାନଙ୍କୁ ଦେଖି ଲୁଚି ପଳାଇବା ପାଇଁ ଉଦ୍ୟମ କରୁଥିଲା । ତେବେ ଯବାନ ମାନେ ତାକୁ ଠାବ କରି ଗିରଫ କରିବାରେ ସଫଳ ହୋଇଥିଲେ । ଏହି ମାଓବାଦୀ ଜଣଙ୍କ ଛତିଶଗଡ଼ର କୋଣ୍ଟା ମାଓ ଡିଭିଜନର ଏଲ ଓ ଏସ ସଦସ୍ୟ ଭାବେ କାର୍ୟ୍ୟ କରୁଥଲା । ୨୦୨୧ ମସିହାରେ ଛତିଶଗଡ଼ର କୁମୁଖରୀ ବଦଳିପାରା ଅଞ୍ଚଳରେ ପୁଲିସ ସହ ଗୁଳିବିନିମୟ ଓ ସୀମାନ୍ତ ଅଞ୍ଚଳର ନିରୀହ ଆଦିବାସୀଙ୍କୁ ମାଓ ସଂଗଠନରେ ସାମିଲ ପାଇଁ ପ୍ରଚେଷ୍ଟା ଓ ଧମକ ଦେବା ଭଳି ଅଭିଯୋଗରେ ସାମିଲ ଥିଲା । ତେବ ଆଜି ଯବାନଙ୍କ ପକ୍ଷରୁ ମାଥିଲି ଓ ଏହାର ସୀମାନ୍ତ ଅଞ୍ଚଳରେ ତଲାସି ଅଭିଯାନ ବେଳେ ଏହି ମାଓବାଦୀକୁ ଜଙ୍ଗଲରୁ ଗିରଫ କରାଯାଇଛି । ଏହି ମାଓବାଦୀ ନାମରେ ୨ଲକ୍ଷ ଟଙ୍କା ଘୋଷଣା ଥିବା ବେଳେ ଯବାନମାନେ ତାକୁ ଗିରଫ କରି ମାଥିଲି କୋର୍ଟରେ ହାଜର କରାଇଥିବା ଜଣା ପଡିଛି ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories