ମାଲକାନଗିରି : ମାଲକାନଗିରି ନାଏକଗୁଡ଼ା ଆଇଆରବି କ୍ୟାମ୍ପ ନିକଟରେ ରବିବାର ଏକ ଅଘଟଣ ଘଟିଛି। ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କ୍ୟାମ୍ପ ପାଖ ଏକ ଗଛରେ ଲାଇଟ ଲଗାଇବା ବେଳେ ଯବାନ ଜଣଙ୍କ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଛି।
Popular Categories



