ମାଲାକାନଗିରି : ଘୋଡାରେ କ୍ଷୀର ବ୍ୟବସାୟ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲାରେ। ଗତ ଏକ ସପ୍ତାହ ଧରି ମାଲକାନଗିରିରେ କଡାକଡି ଲକଡାଉନ ପାଳନ କରାଯାଉଥିବା ବେଳେ ଅଯଥା ମୋଟର ସାଇକେଲ ଯାତାୟାତକୁ ମଧ୍ୟ ବାରଣ କରାଯାଇଛି। ତେବେ ମାଲକାନଗିରି ଏମ ଭି ୪୨ ର ଦୁଗ୍ଧ ଚାଷୀ କୃଷ୍ଣ ଚନ୍ଦ୍ର ମିସ୍ତ୍ରୀ ପ୍ରତି ଦିନ ଘୋଡା ସାହାଯ୍ୟ ରେ କ୍ଷୀର ବିକ୍ରୀ କରିବାକୁ ସହରକୁ ବାହାରନ୍ତି। କାଳେ କେହି ପୁଲିସ ହଇରାଣ କରିବେ, ତେଣୁ ଗଳି କନ୍ଦି ରାସ୍ତା ଦେଇ ମାଲକାନଗିରି ସହରକୁ ଯାଇ ନିଜ ଉତ୍ପାଦିତ ୩୦ ଲିଟର କ୍ଷୀରକୁ ନିଜ ଗ୍ରାହକ ମାନଙ୍କୁ ଦେଇ ଆସନ୍ତି।
ମାଲକାନଗିରି ପୌରାଂଚଳକୁ ସମ୍ପୁର୍ଣ୍ଣ ଲକ ଡାଉନ ରଖା ଯାଇ ଥିବା ବେଳ ପୁରା ପୌରାଂଚଳକୁ କନ୍ଟେନମେନ୍ଟ ଜୋନ ଘୋଷଣା କରା ଯାଇଛି। ପନି ପରିବା ଓ ଗ୍ରୋସରି ସାମଗ୍ରି କୁ ହୋମ ଡେଲିଭରି କରା ଯାଉ ଥିବା ବେଳେ ଔଷଧ ଦୋକାନ ଗୁଡିକ ଅଡ- ଇଭେନ ଫର୍ମୁଲା ରେ ଖୋଲା ହୋଉଛି। ଏସବୁ କଟକଣା ଭିତରେ ଏହା ଘୋଡାରେ କ୍ଷୀର ବାଲାକୁ ନେଇ ସହର ରେ ଚର୍ଚା ଲାଗିରହିଛି।



